ଆସିଲାନି ଆମ୍ବୁଲାନ୍ସ: ବାଇକ୍‌ରେ ବୁହା ହେଲା ଶବ

ଜୟପୁର (ଟି. ଗୌରିଶଙ୍କର): ପୁଣି ଶବକୁ ଅସମ୍ମାନ। ମୋଟର ସାଇକଲ୍‌ରେ ବୁହା ହେଲା ମୃତଦେହ। ମେଡିକାଲରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ସହାୟତା ନ ମିଳିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକ ମୋଟର ସାଇକେଲ୍‌ରେ ମୃତଦେହ ନେଇ ବ୍ୟବଚ୍ଛେଦ କରିଛନ୍ତି। ଏ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ରବିବାର ଦିନ ବଜ୍ରାଘାତରେ କୁନ୍ଦୁରା ବ୍ଳକ୍‌ ଅନ୍ତର୍ଗତ କାଉଡ଼ିଆଗୁଡ଼ାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତେବେ ରାତି ହୋଇଯିବାରୁ ପରିବାର ଲୋକେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ […]

bike

Jitendra Garnayak
  • Published: Tuesday, 14 May 2019
  • , Updated: 14 May 2019, 02:51 PM IST

ଜୟପୁର (ଟି. ଗୌରିଶଙ୍କର): ପୁଣି ଶବକୁ ଅସମ୍ମାନ। ମୋଟର ସାଇକଲ୍‌ରେ ବୁହା ହେଲା ମୃତଦେହ। ମେଡିକାଲରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ସହାୟତା ନ ମିଳିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକ ମୋଟର ସାଇକେଲ୍‌ରେ ମୃତଦେହ ନେଇ ବ୍ୟବଚ୍ଛେଦ କରିଛନ୍ତି। ଏ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ।

ରବିବାର ଦିନ ବଜ୍ରାଘାତରେ କୁନ୍ଦୁରା ବ୍ଳକ୍‌ ଅନ୍ତର୍ଗତ କାଉଡ଼ିଆଗୁଡ଼ାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତେବେ ରାତି ହୋଇଯିବାରୁ ପରିବାର ଲୋକେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ନେଇ ପାରି ନଥିଲେ। ତା’ପର ଦିନ ସେମାନେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା। ଏନେଇ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ ସହିତ ସେମାନେ ଯୋଗାଯୋଗ କରିଥିଲେ ବି କିଛି ସୁଫଳ ମିଳି ନଥିଲା। ଶବକୁ ଡାକ୍ତରଖାନା ନେବା ପାଇଁ ସେମାନେ ଅନ୍ୟ କୌଣସି ଗାଡ଼ି ମଧ୍ୟ ପାଇ ନଥିଲେ। ତେଣୁ ବାଧ୍ୟ ହୋଇ ସେମାନେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଇକ୍‌ ଯୋଗେ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟକୁ ନେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Related story