ମୃତକଙ୍କ ଗାଁରେ ଶୋକ, କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କା ଦାବି

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ଅଜୟ ଭୂମିଜଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି।&nbsp; ଅଜୟଙ୍କ ମୃତଦେହ ଆଜି ତାଙ୍କ ଗାଁ ସୁନ୍ଦରଗଡ ଜିଲ୍ଲା ଗଞ୍ଜୁଟୋଲିରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।&nbsp; ଅଜୟ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏଣୁ ପରିବାର ପୋଷଣ ତଥା କ୍ଷତିପୂରଣ ଲାଗି ପରିବାର ବର୍ଗ ୨୫ ଲକ୍ଷ ଟଙ୍କା ଦାବି କରିଛନ୍ତି।</p> <p>ସେପଟେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ ଆଜି ଅଜୟଙ୍କ ଘରେ ପହଞ୍ଚି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ&nbsp; ସମବେଦନା ଜଣାଇଛନ୍ତି। ଏହି ଘଟଣାରେ କ୍ଷତିପୂରଣ ଦାବିରେ ଲାଠିକଟାରେ ରାସ୍ତାରୋକ କରିଥିଲେ ମୃତ ଶ୍ରମିକଙ୍କ ଗାଁ ଲୋକେ।</p>

Ordigital Desk
  • Published: Friday, 04 May 2018
  • Updated: 04 May 2018, 09:51 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ଅଜୟ ଭୂମିଜଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି।&nbsp; ଅଜୟଙ୍କ ମୃତଦେହ ଆଜି ତାଙ୍କ ଗାଁ ସୁନ୍ଦରଗଡ ଜିଲ୍ଲା ଗଞ୍ଜୁଟୋଲିରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।&nbsp; ଅଜୟ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏଣୁ ପରିବାର ପୋଷଣ ତଥା କ୍ଷତିପୂରଣ ଲାଗି ପରିବାର ବର୍ଗ ୨୫ ଲକ୍ଷ ଟଙ୍କା ଦାବି କରିଛନ୍ତି।</p><p>ସେପଟେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ ଆଜି ଅଜୟଙ୍କ ଘରେ ପହଞ୍ଚି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ&nbsp; ସମବେଦନା ଜଣାଇଛନ୍ତି। ଏହି ଘଟଣାରେ କ୍ଷତିପୂରଣ ଦାବିରେ ଲାଠିକଟାରେ ରାସ୍ତାରୋକ କରିଥିଲେ ମୃତ ଶ୍ରମିକଙ୍କ ଗାଁ ଲୋକେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos