ମୃତ ମହିଳାଙ୍କୁ ବଞ୍ଚାଇବାକୁ ଡାକ୍ତରଖାନା ପରିସରରେ ଝଡ଼ାଫୁଙ୍କା

Ordigital Desk
  • Published: Sunday, 19 August 2018
  • , Updated: 19 August 2018, 06:54 AM IST
<p>ଅନୁଗୋଳ(ବିରଜା ପ୍ରସାଦ ଦାଶ): ମୃତ ମହିଳାଙ୍କୁ ବଞ୍ଚାଇବାକୁ ଗୁଣିଆର ସାହାଯ୍ୟ ନେଲେ ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।<br /> ସୂଚନା ଅନୁସାରେ, ଗତ ଶୁକ୍ରବାର ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ରିଙ୍କି ବାରିକ ଶୌଚ ହେବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।<br /> ତେବେ ପରିବାର ଲୋକଙ୍କ ମନ ବୁଝି ନଥିଲା। ସେମାନେ ଜଣେ ଗୁଣିଆକୁ ଡାକି ଝଡ଼ାଫୁଙ୍କା ଦ୍ୱାରା ରିଙ୍କିଙ୍କ ଜୀବନ ବଞ୍ଚିବାକୁ ଉଦ୍ୟମ କରିଥିଲେ। ଏହି ଝଡ଼ାଫୁଙ୍କା ଦେଖିବାକୁ ଡାକ୍ତରଖାନା ପରିସରରେ ଲୋକଙ୍କ ଭିଡ଼ ଜମିଥିଲା।<br /> ପୁଲିସ୍&zwnj; ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।</p>

Related story