ହାଇକୋର୍ଟ ଗଲେ ମମିତାଙ୍କ ପରିବାର

କଟକ(ଓଡ଼ିଶା ରିପୋର୍ଟର): ମହାଲିଙ୍ଗା ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ସଦସ୍ୟ। ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ଶେଷ କରିବାକୁ ଆବେଦନ କରିଛନ୍ତି। ଆବେଦନରେ ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ,  ଏସ୍‌ପି ଓ ସିନ୍ଧେକେଲା IICଙ୍କୁ ପକ୍ଷଭୁକ୍ତ କରିଛନ୍ତି। ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ଅନୈତିକ ପ୍ରେମ କାହାଣୀ ଜାଣିଥିଲେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର। ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ […]

Orissa High Court

Manoranjan Sial
  • Published: Tuesday, 16 November 2021
  • , Updated: 16 November 2021, 10:23 PM IST

କଟକ(ଓଡ଼ିଶା ରିପୋର୍ଟର): ମହାଲିଙ୍ଗା ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ସଦସ୍ୟ। ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ଶେଷ କରିବାକୁ ଆବେଦନ କରିଛନ୍ତି। ଆବେଦନରେ ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ,  ଏସ୍‌ପି ଓ ସିନ୍ଧେକେଲା IICଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ଅନୈତିକ ପ୍ରେମ କାହାଣୀ ଜାଣିଥିଲେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର। ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗୋବିନ୍ଦ ଅଡୁଆରେ ପଡ଼ିଯାଇଥିଲେ। ଆଉ ତା’ ପରେ ମମିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ମହାବିଦ୍ୟାଳୟରେ ବୈଠକ ରହିଛି ବୋଲି ବାହାନା କରି ମମିତାଙ୍କୁ ଗୋବିନ୍ଦ ଡକାଇଥିଲା। ଏହା ପରେ ମମିତା ଆସିଥିଲା। ମମିତାଙ୍କୁ ଗୋବିନ୍ଦ ନିଜ କାର୍‌ରେ ବସାଇ ଭବାନୀପାଟଣା ନେଇଥିଲା। ସେଠାରେ ବୁଲାବୁଲି କରି ଫେରିବା ରାସ୍ତାରେ ଗୋବିନ୍ଦ ନିଜ କାର ଭିତରେ ମମିତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ସନ୍ଧ୍ୟା ନଇଁବା ପରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଗାତ ଖୋଳି କାର୍ଡ଼ବୋର୍ଡ ଓ ଟାୟାର ପକାଇ ପୋଡି ଦେଇଥିଲା। ତା’ପର ଦିନ ଭୋରୁ ଆସି ଗାତ ପୋତି ଦେଇଥିଲା।

ସେପଟେ ମମିତା ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦକୁ ଥାନାକୁ ଆଣି ଜେରା କରିଥିଲା। ମାତ୍ର ଗୋବିନ୍ଦ ବାରାକରୁ ଚମ୍ପଟ ମାରିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ବଲାଙ୍ଗିର ଏସ୍‌ପି ପୁରସ୍କାର ଘୋଷଣା କରିଥିଲେ। ପୁରସ୍କାର ଘୋଷଣା ହେବାର ପ୍ରାୟ ଘଣ୍ଟାଏ ପରେ ଅଭିଯୁକ୍ତ ଗୋବିନ୍ଦକୁ ପୁଲିସ ଆଖୁ କିଆରିରୁ ଗିରଫ କରିଥିଲା। ମମିତା ହତ୍ୟା ନେଇ ଗୋବିନ୍ଦ ସ୍ୱୀକାର କରିଥିବା ପୁଲିସ କହିଛି। ବର୍ତ୍ତମାନ ସୁଦ୍ଧା ମମିତା ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ଯାହାକୁ ନେଇ ଗାଁଠୁ ସହର ଉଠୁଛି ଓ ପଡ଼ୁଛି। ମନ୍ତ୍ରୀଙ୍କ ବହିସ୍କାର ଓ ଗିରଫ ଦାବିରେ ବିଭିନ୍ନ ରାଜନୈତିକ ଦଳମାନେ ପ୍ରତିବାଦ କରୁଛନ୍ତି।

Related story