ପାକିସ୍ତାନ ସହ ଲଢ଼ିବାକୁ ଯାଇଥିଲେ, ଏବେବି ଅନାଇ ବସିଛନ୍ତି ପତ୍ରୀ ପରିବାର

ଭଦ୍ରକ (ପାର୍ଥସାରଥୀ ନାୟକ): ଦେଶ ସେବା କରିବାକୁ ବାପା ସେନାରେ ଯୋଗଦେଇଥିଲେ। ଚାକିରିକୁ ଗଲାବେଳେ ସେଦିନ ବାପାଙ୍କୁ ବିଦାୟ ଜଣାଇଥିଲେ କୁନି ପୁଅ ବିଦ୍ୟାଧର। ଏବେବି ସେ ସେମିତି ଅନାଇ ରହିଛନ୍ତି, ବାପା ଫେରିବେ। ହେଲେ ବାପା ଫେରୁନାହାନ୍ତି। ବାପାଙ୍କୁ ଅନାଇ ଅନାଇ ପୁଅ ବିଦ୍ୟାଧର ଏବେ ପରିଣତ ବୟସରେ ପଦାର୍ପଣ କଲେଣି। ବିଦ୍ୟାଧରଙ୍କ ଆଶା, ବାପା ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥାଇପାରନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗାଁର ଆନନ୍ଦ ପତ୍ରୀ। ସେ ସେନାର […]

bhadrak

Manoranjan Sial
  • Published: Sunday, 22 November 2020
  • , Updated: 22 November 2020, 08:06 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ଦେଶ ସେବା କରିବାକୁ ବାପା ସେନାରେ ଯୋଗଦେଇଥିଲେ। ଚାକିରିକୁ ଗଲାବେଳେ ସେଦିନ ବାପାଙ୍କୁ ବିଦାୟ ଜଣାଇଥିଲେ କୁନି ପୁଅ ବିଦ୍ୟାଧର। ଏବେବି ସେ ସେମିତି ଅନାଇ ରହିଛନ୍ତି, ବାପା ଫେରିବେ। ହେଲେ ବାପା ଫେରୁନାହାନ୍ତି। ବାପାଙ୍କୁ ଅନାଇ ଅନାଇ ପୁଅ ବିଦ୍ୟାଧର ଏବେ ପରିଣତ ବୟସରେ ପଦାର୍ପଣ କଲେଣି। ବିଦ୍ୟାଧରଙ୍କ ଆଶା, ବାପା ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥାଇପାରନ୍ତି।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗାଁର ଆନନ୍ଦ ପତ୍ରୀ। ସେ ସେନାର ୩୧ ବେଙ୍ଗଲ ଡିଫେନ୍ସ ରେଜିମେଣ୍ଟରେ ଯୋଗଦେଇଥିଲେ। ଏପରିକି ୧୯୬୨ ମସିହାରେ ହୋଇଥିବା ଭରତ-ଚାଇନା ଲଢେଇରେ ସାମିଲ ହୋଇଥିଲେ। ଯୁଦ୍ଧ ପରେ ଘରକୁ ଆସିଥିଲେ ଆନନ୍ଦ। ଘରେ କିଛି ଦିନ କଟାଇବା ପରେ ସେ ଚାକିରିକୁ ଫେରିଯାଇଥିଲେ। ଆଉ ଗଲା ବେଳେ ପୁଅ ବିଦ୍ୟାଧର ହାତ ହଲାଇ ବାପାଙ୍କୁ ବିଦାୟ ଜଣାଇଥିଲେ।

୧୯୬୫ ଭାରତ-ପାକିସ୍ଥାନ ଲଢେଇ ହୋଇଥିଲା। ସେହି ଯୁଦ୍ଧରେ ସାମିଲ ହୋଇଥିଲେ ଆନନ୍ଦ। ଯୁଦ୍ଧ ପରେ ପରେ ଘରକୁ ଏକ ଚିଠି ଆସିଲା। ଚିଠିରେ ଲେଖାଥିଲା, ଭାରତ-ପାକିସ୍ତାନ ଲଢେଇରେ ଆନନ୍ଦ ନିଖୋଜ ହୋଇଯାଇଛନ୍ତି ଆନନ୍ଦ। ଏକଥା ଶୁଣିବା ପରିବାର ପୂରା ଭାଙ୍ଗି ପଡ଼ିଲା। ଆନନ୍ଦଙ୍କୁ ଖୋଜିବା ପାଇଁ ପରିବାର ପକ୍ଷରୁ ବହୁ ଚେଷ୍ଟା କରାଯାଇଥିଲା। ହେଲେ ପରିବାର ଲୋକେ ପାଇଲେ ନାହିଁ।

୨୦୦୩ ଫେବୃଆରୀ ୭ ତାରିଖରେ ଗୃହ ବିଭାଗର ପକ୍ଷରୁ ଖବର କାଗଜରେ ଏକ ବିଜ୍ଞାପନ  ପ୍ରକାଶ ପାଇଥିଲା। ସେଥିରେ ଆନନ୍ଦଙ୍କ ଫଟୋ ବାହାରିଥିଲା। ସେ ପାକିସ୍ତାନର ଲାହୋର ଜେଲ୍‌ରେ ଅଛନ୍ତି ଓ ଓଡ଼ିଆରେ କଥା ହେଉଛନ୍ତି। ମାତ୍ର ତାଙ୍କ ନାଁ ନସିମ ଗୋପାଳ ଲେଖା ଯାଇଥିଲା। ତେବେ ଆନନ୍ଦଙ୍କ ଫଟୋକୁ ଦେଖି ତାଙ୍କ ପୁଅ ଚିହ୍ନିଥିଲେ। ପରେ ଗୃହ ବିଭାଗ ସହ ଯୋଗାଯୋଗ କରିଥିଲେ। ତେବେ ହଠାତ୍‌ ୨୦୦୩ ମସିହା ମେ’ ୨୯ ତାରିଖରେ ଆନନ୍ଦଙ୍କ ଘରକୁ ଏକ ଚିଠି ଆସିଲା। ଯେଉଁଥିରେ ଆନନ୍ଦ ଫେରୁଛନ୍ତି ବୋଲି ଲେଖାଯାଇଥିଲା। ଏହି ଖବର ପାଇବା ପରେ ପୁଅ ବିଦ୍ୟାଧର ୱଘା ବର୍ଡରକୁ ଯାଇଥିଲେ। ଭାରତ ସୀମାରେ ପାକିସ୍ଥାନୀ ବନ୍ଦୀ ଓ ପାକିସ୍ତାନ ପାଟରେ ଭରତ ବନ୍ଦୀ ବସିଥିଲେ। ହେଲେ ବାପାଙ୍କୁ ପାଇଲେନି। ଖାଲି ହାତରେ ଘରକୁ ଫେରିଥିଲେ ଆନନ୍ଦ।

ସେହି ଦିନଠାରୁ ଆନନ୍ଦଙ୍କ ମୁକ୍ତି ପାଇଁ ଉଦ୍ୟମ ଜାରି ରଖିଲେ ତାଙ୍କ ପୁଅ ବିଦ୍ୟାଧର। ଏନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭାରତ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ଲେଖିଲେ। ଏପରିକି ଆନନ୍ଦଙ୍କ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମୟର ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଇତି ମଧ୍ୟରେ ଆନନ୍ଦ ନିଖୋଜ ହେବାକୁ ଦୀର୍ଘ ୫୫ ବର୍ଷ ବିତି ଗଲାଣି। ହେଲେ ସେ କେଉଁଠି ଅଛନ୍ତି ଓ କେମିତି ଅଛନ୍ତି? ସେ ନେଇ ବୈଦେଶିକ ମନ୍ତ୍ରାଳୟ ପାଖରେ କୌଣସି ସଠିକ୍ ତଥ୍ୟ ଅଛି କି ନାହିଁ ଜଣାପଡ଼ିନି।

ଅନ୍ୟପକ୍ଷରେ ପରିବାର ଲୋକେ କହୁଛନ୍ତି, ଆନନ୍ଦଙ୍କ ମାନସିକ ବିକୃତି ପାଇଁ ତାଙ୍କ ନାମ ଭୁଲ୍‌ କହୁ ଥାଇପାରନ୍ତି। କିନ୍ତୁ ତାଙ୍କ ଫଟୋ ଆନନ୍ଦଙ୍କ ଭଳି ଲାଗୁଛି। ତେଣୁ ସେ ଏବେ ଜୀବିତ ଥାଇପାରନ୍ତି। ଯଦି ମୃତ, ତାହାହେଲେ ତା’ର ସତ୍ୟତା ଜାଣାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକ। କାରଣ ହିନ୍ଦୁ ଶାସ୍ତ୍ରରେ ମୃତକଙ୍କୁ ଶୁଦ୍ଧି ହୁଅନ୍ତି। ଏବେ ପର୍ଯ୍ୟନ୍ତ ଯଦି ଆନନ୍ଦ ଜୀବିତ ତେବେ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରନ୍ତୁ ପାକିସ୍ତାନ ସରକାର। ନହେଲେ ମୃତ ଘୋଷଣା କରନ୍ତୁ। ଆମେ ତ ଶୁଦ୍ଧି ହୁଅନ୍ତୁ।

Related story