ଗାୟିକା ନିର୍ମଳା ମିଶ୍ର‌‌‌ଙ୍କ ପରଲୋକ

କୋଲକାତା: ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର‌‌‌ଙ୍କ ପରଲୋକ ହୋଇଯାଇଛି। ଗତ ରାତି ପ୍ରାୟ ୧୨ଟା ୫ରେ ତାଙ୍କର ହୃଦଘାତ ହୋଇଥିଲା। ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ ହେଁ ରାତି ପ୍ରାୟ ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ନିର୍ମଳା ମିଶ୍ର ଓଡ଼ିଆ ଓ […]

nirmala

  • Published: Sunday, 31 July 2022
  • , Updated: 31 July 2022, 04:56 PM IST

କୋଲକାତା: ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର‌‌‌ଙ୍କ ପରଲୋକ ହୋଇଯାଇଛି। ଗତ ରାତି ପ୍ରାୟ ୧୨ଟା ୫ରେ ତାଙ୍କର ହୃଦଘାତ ହୋଇଥିଲା। ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ ହେଁ ରାତି ପ୍ରାୟ ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।

ନିର୍ମଳା ମିଶ୍ର ଓଡ଼ିଆ ଓ ବଙ୍ଗଳା ସିନେଜଗତର ଜଣେ ଲୋକପ୍ରିୟ ଗାୟିକା ଥିଲେ। ଷାଠିଏ ଓ ସତୁରି ଦଶରେ ସେ ଅନେକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ।

ଆଜି ତାଙ୍କ ମର ଶରୀରକୁ କୋଲକାତାର ରବୀନ୍ଦ୍ର ସଦନକୁ ନିଆଯିବ। ସେଠାରେ ତାଙ୍କର ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ତା’ପରେ ସ୍ଥାନୀୟ କୋରତାଲା ଶ୍ମଶାନରେରେ ତାଙ୍କର ଶେଷକୃତ କରାଯିବାକୁ ଯୋଜନା ରହିଛି।

ସେ ବାରମ୍ବାର ଦେହଖରାପ ଯୋଗୁ ହସ୍ପିଟାଲ ଯାଉଥିଲେ। ତେବେ ହସ୍ପିଟାଲ ଯାଇ ଚିକିତ୍ସା କରିବାକୁ ସେ ଅନିଚ୍ଛୁକ ଥିଲେ। ତେଣୁ ଘରେ ତାଙ୍କର ଚିକିତ୍ସା ଚାଲୁଥିଲା। ପୂର୍ବରୁ ତାଙ୍କୁ ୩ ଥର ହୃଦଘାତ ହୋଇଥିଲା। ଗତରାତିରେ ଚତୁର୍ଥ ଥର ପାଇଁ ହୃଦଘାତ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ବଙ୍ଗଳାରେ 'ଇମନ୍ ଏକତା ଝିନୁକ୍', 'ବୋଲୋ ଟୁ ଆର୍ସି', 'କାଗୋଜର ଫୁଲ ବୋଲେ', 'ଇ ବଙ୍ଗଳା ମାଟି ଚାୟ' ଏବଂ 'ଆମି ତୋମାର' ପ୍ରଭୃତି ଗୀତକୁ ସେ ନିଜ ଅନ୍ଦାଜରେ କଣ୍ଠଦାନ କରି ଲୋକପ୍ରିୟ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ବାଲକୃଷ୍ଣ ଦାସ ପୁରସ୍କାର ମିଳିଥିଲା।

ସେ ଭୁନେଶ୍ୱର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ। ସେ ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସୌଭାଗ୍ୟପ୍ରାପ୍ତ କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

ସେ ଅଦିନ ମେଘ, ସ୍ତ୍ରୀ, ଘର ସଂସାର, ମେଘ ମୁକ୍ତି ପ୍ରଭୃତି ସିନେମାରେ କଣ୍ଠଦାନ କରିଥିଲେ । ତାଙ୍କର ଜନପ୍ରିୟ ଓଡ଼ିଆ ଗୀତ ମଧ୍ୟରେ ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେ…, ଜୀବନ ଯମୁନାରେ ଜୁଆର ଉଠେରେ…., ମାୟା ଘେରା ମଧୁବନେ… ଯା ଯାରେ ଯା ମନପବନ ନଉକା…, ମାୟାବିନି ଏଇ ରାତି…, ନା ମାରନା…., ଛାଡ଼ ଛାଡ଼ ମୋର ଅଞ୍ଚଳ…, ହେମହାରିଣୀ ମଥାରମଣି…, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି…, ଢେଉ ଢେଉକା ପାହାଡ଼ ତଳେ…, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା…, ଯୋଛନା ଲୁଚନା…, ସଞ୍ଜ ସକାଳେ ତୁମ ଛବି ‌…,  ତୁମେ ଯଦି ସାଥୀ …., ସୁଲସୁଲିଆ… ପ୍ରଭୁପଦ ତଳେ ପ୍ରଣତି ଢାଳେ.., ସପନ ବିଳାସୀ…  ଓ ଏଇଚିକିମିକି ହସେ… ପ୍ରଭୃତି ରହିଛି।

Related story