Advertisment

ଏଥର ଗଡ଼ିବନି ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଥ, ପଥ ଏବଂ ଶ୍ରଦ୍ଧାଳୁ ସମସ୍ତେ ପ୍ରସ୍ତୁତ ଥିଲେ। କିନ୍ତୁ କରୋନା ଭାଇରସ୍‌ର ପ୍ରକୋପ ଏବଂ ଏହାପରେ ଲକ୍‌ଡାଉନ୍‌ କାରଣରୁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଗଡ଼ିବନି ବୋଲି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରୁକୁଣା ରଥଯାତ୍ରା ସ୍ଥଗିତ ରଖିବାକୁ ଉଭୟ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ଲିଙ୍ଗରାଜଙ୍କ ରୁକୁଣା […]

ଏଥର ଗଡ଼ିବନି ଲିଙ୍ଗରାଜଙ୍କ ରୁକୁଣା ରଥ

rukuna-Rath

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଥ, ପଥ ଏବଂ ଶ୍ରଦ୍ଧାଳୁ ସମସ୍ତେ ପ୍ରସ୍ତୁତ ଥିଲେ। କିନ୍ତୁ କରୋନା ଭାଇରସ୍‌ର ପ୍ରକୋପ ଏବଂ ଏହାପରେ ଲକ୍‌ଡାଉନ୍‌ କାରଣରୁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଗଡ଼ିବନି ବୋଲି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରୁକୁଣା ରଥଯାତ୍ରା ସ୍ଥଗିତ ରଖିବାକୁ ଉଭୟ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଭକ୍ତମାନଙ୍କ ମଧ୍ୟରେ ‘ପାପ ନାଶକ’ ବା ‘ପାପ ବିନାଶକାରୀ ଯାତ୍ରା’ ଭାବେ ପରିଚିତ। ଏହା ସମସ୍ତ ପାପକୁ କ୍ଷୟ କରେ ବୋଲି କଥିତ ରହିଛି। ପ୍ରଥା ଅନୁଯାୟୀ ପ୍ରତିବର୍ଷ ଏହି ଦିନ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବା ଉତ୍ସବ ବିଗ୍ରହଙ୍କ ସହ ଗୋପାଳିନୀ (ପାର୍ବତୀ), କୁମାର, ନନ୍ଦିକେଶ୍ୱର ଏବଂ ଗୋବିନ୍ଦଙ୍କ ବିଗ୍ରହକୁ ‘ରୁକୁଣା ରଥ’ରେ ଲିଙ୍ଗରାଜ ମନ୍ଦିରରୁ ରାମେଶ୍ୱର ମନ୍ଦିର ଯାଇଥା’ନ୍ତି। ଏହାପରେ ବିଗ୍ରହମାନଙ୍କୁ ରାମେଶ୍ୱର ମନ୍ଦିର ବା (କେତେକାଂଶରେ ମାଉସୀ ମା’ ମନ୍ଦିର ଭାବେ ପରିଚିତ)କୁ ନିଆଯାଇଥାଏ।

ଏହାପରେ ସେଠାରେ ୫ ଦିନ ଅବସ୍ଥାନ କରିବା ପରେ ପଞ୍ଚମ ଦିନରେ ସେମାନେ ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥା’ନ୍ତି। ତେବେ ପୁରଈ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରି ରୁକୁଣା ରଥ ଦକ୍ଷିଣ ମୋଡ଼ ନିଏ ନାହିଁ। କେବଳ ସିଂହାସନର ଦିଗ ବଦଳାଯାଇ ବିପରୀତ ଦିଗରୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ରଥ ଟଣାଯାଇଥାଏ। ତେଣୁ ‘ରୁକୁଣା ରଥ ଅଣଲେଉଟା’ ବୋଲି ଲୋକକଥାରେ ରହିଛି। ପଛକୁ ଫେରିବାର ନାହିଁ ଅର୍ଥରେ ଏହା ବ୍ୟବହାର ହୋଇଥାଏ। ଏହି ରଥର ଏକ ନକଲ ଚଳିତ ବର୍ଷ ଗଣତନ୍ତ୍ର ଦିବସର ରାଷ୍ଟ୍ରୀୟ ସମାରୋହରେ ପ୍ରଜ୍ଞାପନ ମେଢ଼ ଭାବେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲା।

Advertisment

ଚଳିତ ବର୍ଷ ରଥ ଟଣା ହେବାର ନଥିବାରୁ ଏଥିରେ ମର୍ମାହତ ବଟକୃଷ୍ଣ ମହାରଣା କୁହନ୍ତି, “ଗତ ୩ ସପ୍ତାହ ହେଲା ସକାଳ ୯ରୁ ରାତି ୧୦ ଯାଏ ୭୫ ବଢ଼େଇ କାମରେ ଲାଗିଛନ୍ତି। ପ୍ରାୟ ହଜାରେ କାଠଗଣ୍ଡି ସଂଗ୍ରହ କରାଯିବା ସହ ନୂଆ ଚକ ଏବଂ ଅଖ ଆଦି ପ୍ରସ୍ତୁତ କରାଯାଇଥିଲା। ଚଳିତ ବର୍ଷ ୪ ନୂଆ ନାହାକା ଏବଂ ୨ଟି ନୂଆ ଓରା ନିର୍ମାଣ କରାଯାଇଛି। ୫ ଦରଜି ମଧ୍ୟ ତାଙ୍କ କାମ ସାରିଦେଇଛନ୍ତି। କେବଳ ଚିତ୍ର କାମ ବାକି ରହିଥିଲା। ନିଷ୍ପତ୍ତି ହୋଇଥିଲା ବିଗ୍ରହଙ୍କୁ ରଥକୁ ଆଣିବା ପରେ ନୀତିକାନ୍ତି କରି ପାଲିଙ୍କିରେ ରାମେଶ୍ୱର ମନ୍ଦିର ନିଆଯିବ। କିନ୍ତୁ ଏବେ ତାହା ମଧ୍ୟ ହେବନି।”

ରଥ ବ୍ୟତୀତ ଏହି ଯାତ୍ରାର ପ୍ରମୁଖ ବିଶେଷତ୍ୱ ହେଉଛି ମରିଚି କୁଣ୍ଡ ଜଳର ନିଲାମ। ମହାପ୍ରଭୂ ଲିଙ୍ଗରାଜ ମନ୍ଦିରରେ ସେବାରେ ନିୟୋଜିତ ଶିବ ପ୍ରସାଦ ମହାପାତ୍ର କୁହନ୍ତି, “ରଥଯାତ୍ରାର ପୂର୍ବଦିନ ଅର୍ଥାତ ନେତ୍ରୋତ୍ସବ ଦିନ ମୁକ୍ତେଶ୍ୱର ମନ୍ଦିରଠାରେ ଥିବା ଏହି କୁଣ୍ଡରୁ ୩ ଗରା ଜଳ ଆଣି ରଥ ପ୍ରତିଷ୍ଠା କରାଯାଏ। ଏହାପରେ ଏହି କୁଣ୍ଡର ଜଳ ନିଲାମ କରାଯାଏ। ଏହି ପାଣିର ବହୁ ଔଷଧୀୟ ଗୁଣ ରହିଥିବା ବିଶ୍ୱାସ କରାଯାଏ। ମହାପ୍ରଭୁଙ୍କୁ ସ୍ମରଣ କରି ଏହି ଜଳରେ ସ୍ନାନ କଲେ ନିଃସନ୍ତାନ ଗର୍ଭବତୀ ହେବାର ବିଶ୍ୱାସ ରହିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe