ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ!

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଋଣ ଭାର ସହି ନପାରି କଳାହାଣ୍ଡି ଜିଲ୍ଲା ମାଦିଗୁଡ଼ା ଗାଁରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାହାଦୂର ରଣା। ସୂଚନା ଅନୁସାରେ, ବାହାଦୂର ୪ ଏକର ଜମିରେ କପା ଚାଷ କରିଥିଲେ। ତେଣୁ ସେ ବିଭିନ୍ନ ବ୍ୟାଙ୍କ ଓ ମହାଜନଙ୍କ ଠାରୁ ଋଣ ଆଣିଥିଲେ। ଗତକାଲି ସେ ଜମିରେ କୀଟନାଶକ ଛିଞ୍ଚିବାକୁ ଯାଇଥିଲେ। ସେଠାରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ […]

farmer 1

Ordigital Desk
  • Published: Sunday, 05 August 2018
  • , Updated: 05 August 2018, 03:15 PM IST

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଋଣ ଭାର ସହି ନପାରି କଳାହାଣ୍ଡି ଜିଲ୍ଲା ମାଦିଗୁଡ଼ା ଗାଁରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାହାଦୂର ରଣା।

ସୂଚନା ଅନୁସାରେ, ବାହାଦୂର ୪ ଏକର ଜମିରେ କପା ଚାଷ କରିଥିଲେ। ତେଣୁ ସେ ବିଭିନ୍ନ ବ୍ୟାଙ୍କ ଓ ମହାଜନଙ୍କ ଠାରୁ ଋଣ ଆଣିଥିଲେ। ଗତକାଲି ସେ ଜମିରେ କୀଟନାଶକ ଛିଞ୍ଚିବାକୁ ଯାଇଥିଲେ। ସେଠାରେ କୀଟନାଶକ ପିଇ ଦେଇଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ବ୍ୟାଙ୍କ, ବିଭିନ୍ନ ଗ୍ରୁପ୍‌ ଓ ମହାଜନଙ୍କଠାରୁ  ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଋଣ ଚିନ୍ତାରେ ଘାରି ହୋଇ ସେ ଆତ୍ମହତ୍ୟା କରିଛନ୍ତି। ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି।

Related story