ଧାନ କିଣିଲେନି, ମଣ୍ଡିରେ ବିଷ ପିଇଦେଲେ ଚାଷୀ

ଭଦ୍ରକ (ପାର୍ଥସାରଥୀ ନାୟକ): ପଞ୍ଜୀକରଣ କରିଥିଲେ ସୁଦ୍ଧା ଧାନ ନେଉନଥିଲେ। ବାରମ୍ୱାର ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିଲେ। ଶେଷରେ ମଣ୍ଡିରେ ବିଷ ପିଇଦେଲେ ଚାଷୀ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ବନ୍ଧଗାଁ ପଞ୍ଚାୟତର ରାମକୃଷ୍ଣ ପଣ୍ଡା। ବାତ୍ୟା, ବନ୍ୟା ଓ ମରୁଡି ସତ୍ତ୍ୱେ ୨୦୦ କ୍ୱିଣ୍ଟାଲରୁ ଅଧିକ ଧାନ ବେଉଷଣ କରିଥିଲେ। ସେହି ଧାନକୁ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। ମାତ୍ର ବାବା ରାମେଶ୍ୱର SHG ଗ୍ରୁପ୍‌ ଧାନ କିଣୁନଥିଲେ। ଯାହାଫଳରେ […]

farmer

Manoranjan Sial
  • Published: Saturday, 27 February 2021
  • , Updated: 27 February 2021, 03:58 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ପଞ୍ଜୀକରଣ କରିଥିଲେ ସୁଦ୍ଧା ଧାନ ନେଉନଥିଲେ। ବାରମ୍ୱାର ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିଲେ। ଶେଷରେ ମଣ୍ଡିରେ ବିଷ ପିଇଦେଲେ ଚାଷୀ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।

ବନ୍ଧଗାଁ ପଞ୍ଚାୟତର ରାମକୃଷ୍ଣ ପଣ୍ଡା। ବାତ୍ୟା, ବନ୍ୟା ଓ ମରୁଡି ସତ୍ତ୍ୱେ ୨୦୦ କ୍ୱିଣ୍ଟାଲରୁ ଅଧିକ ଧାନ ବେଉଷଣ କରିଥିଲେ। ସେହି ଧାନକୁ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ। ମାତ୍ର ବାବା ରାମେଶ୍ୱର SHG ଗ୍ରୁପ୍‌ ଧାନ କିଣୁନଥିଲେ। ଯାହାଫଳରେ ତାଙ୍କର ପ୍ରଥମ ଟୋକନ୍‌ଟି ରଦ୍ଦ ହୋଇଯାଇଥିଲା। ପରବର୍ତ୍ତୀ ଟୋକନର ସମୟ ସୀମା ସରି ସରି ଆସୁଛି। ଯାହାକୁ ନେଇ ଚିନ୍ତାରେ ଥିଲେ ରାମକୃଷ୍ଣ।

ଆଜି ଶ୍ରୀ ପଣ୍ଡା ମଣ୍ଡିକୁ ଯାଇ ଧାନ କିଣିବାକୁ ଅନୁରୋଧ କରିଥିଲେ। ମାତ୍ର କେହି ଶୁଣିନଥିଲେ। ପ୍ରଶାସନଠାରୁ ନିରାଶ ହୋଇ ରାମକୃଷ୍ଣ ପଣ୍ଡା ସମସ୍ତଙ୍କ ସମ୍ମୁଖରେ ମଣ୍ଡିରେ ବିଷ ପିଇ ଦେଇଥିଲେ। ମଣ୍ଡିରେ ଉପସ୍ଥିତ ଥିବା ଚାଷୀମାନେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ୱର ସାମଲ ମେଡିକାଲ୍‌ରେ ପହଞ୍ଚି ଚାଷୀ ରାମକୃଷ୍ଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

ପଞ୍ଜୀକରଣ ପରେ ଟୋକନ ମିଳୁଛି। ହେଲେ ଧାନ ନେଉ ନାହିଁ ସେବା ସମବାୟ ସମିତି। ତା’ ସହ କଟନି ଛଟନି ସମସ୍ୟାକୁ ନେଇ ଆଜି ଚାଷୀମାନେ ଭଦକ୍ର-ଆନନ୍ଦପୁର ୫୩ ନମ୍ୱର ରାଜ୍ୟ ରାଜପଥ ଉପରେ ଧାନ ବସ୍ତ ରଖି ରାସ୍ତା ରୋକ କରିଥିଲେ। ଵସନ୍ତିଆ ସେବା ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ ଚାଷୀ।

ଚାଷୀଙ୍କ କହିବା କଥା ଯେ ଟୋକନ ମିଳିଥିଲେ ମଧ୍ୟ ଧାନ କିଣାରେ ବିଳମ୍ବ ହେଉଛି। ଯାହାଫଳରେ ଟୋକନ୍‌ ବାତିଲ ହେଉଛି। ଦଲାଲଙ୍କୁ ପ୍ରଶ୍ରୟ ଦେଇ ପାଇଁ ସମବାୟ ସମିତି ଏମିତି କରୁଥିବା ଅଭିଯୋଗ କରିଛନ୍ତି ଚାଷୀ।

Related story