ଅମଳ ଧାନକୁ ବିକି ନପାରି ବିଷ ପିଇଲେ ଚାଷୀ!

ନୂଆପଡ଼ା(ମାୟାଧର ସରାଫ): ଅମଳ ଧାନକୁ ବିକି ନପାରି ଶେଷରେ ବିଷ ପିଇଲେ ଚାଷୀ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ସିନାପାଲି ଭିଙ୍ଗିଆମୁଣ୍ଡା ଗାଁର ଚାଷୀ ରୋମାଚନ ଦଣ୍ଡସେନା ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସିନାପାଲି ଭିଙ୍ଗିଆମୁଣ୍ଡା ଗାଁର ରୋମାଚନ ଦଣ୍ଡସେନାଙ୍କର ୧୦ ହେକ୍ଟର ଜମି ରହିଛି। ଅମଳ ହୋଇଥିବା ୮୫ ବସ୍ତା ଧାନକୁ ବିକ୍ରି କରିବା ପାଇଁ ଜାନୁଆରୀ ୧୭ ତାରିଖରେ କେନ୍ଦୁମୁଣ୍ଡା ମଣ୍ଡିକୁ ନେଇଥିଲେ। […]

farmer

Manoranjan Sial
  • Published: Friday, 19 February 2021
  • , Updated: 19 February 2021, 07:59 PM IST

ନୂଆପଡ଼ା(ମାୟାଧର ସରାଫ): ଅମଳ ଧାନକୁ ବିକି ନପାରି ଶେଷରେ ବିଷ ପିଇଲେ ଚାଷୀ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ସିନାପାଲି ଭିଙ୍ଗିଆମୁଣ୍ଡା ଗାଁର ଚାଷୀ ରୋମାଚନ ଦଣ୍ଡସେନା ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସିନାପାଲି ଭିଙ୍ଗିଆମୁଣ୍ଡା ଗାଁର ରୋମାଚନ ଦଣ୍ଡସେନାଙ୍କର ୧୦ ହେକ୍ଟର ଜମି ରହିଛି। ଅମଳ ହୋଇଥିବା ୮୫ ବସ୍ତା ଧାନକୁ ବିକ୍ରି କରିବା ପାଇଁ ଜାନୁଆରୀ ୧୭ ତାରିଖରେ କେନ୍ଦୁମୁଣ୍ଡା ମଣ୍ଡିକୁ ନେଇଥିଲେ। ହେଲେ ଧାନ ଉଠିପାରୁନଥିଲା। ସେଥିପାଇଁ ସେ ମଣ୍ଡିରେ ଧାନ ଜଗିଥିଲେ। ତେବେ ଫେବ୍ରୁଆରୀ ୧୭ ତାରିଖରେ ତାଙ୍କ ଟୋକନ୍‌ର ବୈଧତା ସରିଗଲା। ଯାହାଫଳରେ ସେ ଧାନ ବିକ୍ରି କରିପାରୁନଥିଲେ। ଯାହାକୁ ନେଇ ଟେନ୍‌ସନରେ ଥିଲେ ରୋମାଚନ।

ସେହିପରି ରବି ଋତୁରେ ରୋମାଚନ କରିଥିଲେ ଧାନ ଚାଷ। ଧାନ ବଢ଼ିବା ସମୟରେ ବିଦ୍ୟୁତ ବିଭାଗ କନେକ୍‌ସନ୍‌ କାଟିଦେଲା। ବିଦ୍ୟୁତ ବିଲ୍‌ ଦେଇପାରିନଥିବାରୁ ବିଦ୍ୟୁତ ସଂଯୋଗ କାଟିଦିଆଯାଇଥିଲା। ଯାହାଫଳରେ ଧାନ ଗଛ ମରିବାକୁ ବସିଲାଣି। ଏହି ସବୁ ଘଟଣାକୁ ନେଇ ଟେନ୍‌ସନରେ ଥିଲେ ରୋମାଚନ।

ଆଜି ସେ ନିଜ କ୍ଷେତରେ ବିଷ ପିଇ ଦେଇଥିଲେ। ବିଷ ପିଇବାର ଦୃଶ୍ୟ ଜଣେ ଗାଈ ଚରାଳି ଦେଖି ରୋମାଚନଙ୍କ ଘରକୁ ଫୋନ୍‌ କରିଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସିନାପାଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଖଡ଼ିଆଳ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

Related story