ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

ଜଳେଶ୍ୱର(ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପ୍ରତାପପୁର ଗାଁ ନିକଟ ଧାନ ବିଲରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କଳିଆଖିଆ ଗାଁର ମୁରାରୀ ଗିରିଙ୍କ ପୁଅ ରବୀନ୍ଦ୍ର। ସେ ତାଙ୍କ ଚାଷ ଜମିକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ତାଙ୍କ ମୃତଦେହ ଧାନ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ବିପଦ ସଙ୍କୁଳ ଅବସ୍ଥାରେ ଓହଳି ରହିଥିବା ଦେଖିବାକୁ […]

death

Jyoshna Pradhan
  • Published: Friday, 10 May 2019
  • , Updated: 10 May 2019, 11:39 AM IST

ଜଳେଶ୍ୱର(ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପ୍ରତାପପୁର ଗାଁ ନିକଟ ଧାନ ବିଲରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କଳିଆଖିଆ ଗାଁର ମୁରାରୀ ଗିରିଙ୍କ ପୁଅ ରବୀନ୍ଦ୍ର।

ସେ ତାଙ୍କ ଚାଷ ଜମିକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ତାଙ୍କ ମୃତଦେହ ଧାନ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ବିପଦ ସଙ୍କୁଳ ଅବସ୍ଥାରେ ଓହଳି ରହିଥିବା ଦେଖିବାକୁ ମିଳିଥିଲା। ଅସାବଧାନତା ବଶତଃ ବିଦ୍ୟୁତ୍‌ ତାର ସଂସ୍ପର୍ଶ ଆସି ସେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।

ଏନେଇ ପରିବାର ଲୋକେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Related story