ଖରିଫ ଋଣ ଦେବାକୁ ଚାଷୀଙ୍କୁ ଖୋଜୁଛନ୍ତି ସରକାର: ସେପ୍ଟେମ୍ବର ୩୦ ରହିଛି ଡେଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋଣ ଦେବାକୁ ଚାଷୀ ଖୋଜୁଛନ୍ତି ସରକାର। ଡେଡ୍‌ଲାଇନ୍ ସେମ୍ବେର ୩୦। ଟାର୍ଗେଟ୍ ପୂରଣ ପାଇଁ ରାଜ୍ୟର ସବୁ ସମବାୟ ବ୍ୟାଙ୍କ ଅଧିକାରୀଙ୍କ ପାଖକୁ ଚିଠି ଲେଖିଛନ୍ତି ରେଜିଷ୍ଟ୍ରାର। ଚିଠିରେ ଥିବା ତଥ୍ୟ ଅନୁସାରେ ଚଳିତ ଖରିଫ ଋତୁରେ ୭ ହଜାର କୋଟି ଟଙ୍କା ଋଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷ ୫୬ ହଜାର ୨୨୮ଜଣ ଚାଷୀଙ୍କୁ ଦିଆଯାଇଛି ମାତ୍ର ୫ ହଜାର ୪୯୯ କୋଟି, ଯାହାକି ମୋଟ୍ ଋଣର ୭୯ […]

farmer

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋଣ ଦେବାକୁ ଚାଷୀ ଖୋଜୁଛନ୍ତି ସରକାର। ଡେଡ୍‌ଲାଇନ୍ ସେମ୍ବେର ୩୦। ଟାର୍ଗେଟ୍ ପୂରଣ ପାଇଁ ରାଜ୍ୟର ସବୁ ସମବାୟ ବ୍ୟାଙ୍କ ଅଧିକାରୀଙ୍କ ପାଖକୁ ଚିଠି ଲେଖିଛନ୍ତି ରେଜିଷ୍ଟ୍ରାର। ଚିଠିରେ ଥିବା ତଥ୍ୟ ଅନୁସାରେ ଚଳିତ ଖରିଫ ଋତୁରେ ୭ ହଜାର କୋଟି ଟଙ୍କା ଋଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷ ୫୬ ହଜାର ୨୨୮ଜଣ ଚାଷୀଙ୍କୁ ଦିଆଯାଇଛି ମାତ୍ର ୫ ହଜାର ୪୯୯ କୋଟି, ଯାହାକି ମୋଟ୍ ଋଣର ୭୯ ପ୍ରତିଶତ। ଡେଡଲାଇନ୍ ସରିବାକୁ ହାତରେ ଆଉ ମାତ୍ର ୯ ଦିନ ବାକି ଥିବାବେଳେ ବଳକା ୨୧ ପ୍ରତିଶତ ଋଣ କେମିତି ଦିଆଯିବ ସେ ନେଇ ଚିନ୍ତା ବଢ଼ିଛି। କେବଳ ବୌଦ୍ଧ ଜିଲ୍ଲାରେ ଶହେ ପ୍ରତିଶତ ଲକ୍ଷ୍ୟ ପାର କରିଛି। ସବୁଠୁ ନୈରାଶ୍ୟଜନକ ରହିଛି କୋରାପୁଟ ଓ ମାଲକାନଗିରି ଜିଲ୍ଲା। ମାଲକାନଗିରିରେ ମାତ୍ର ୫୨ ପ୍ରତିଶତ ଖରିଫ ଋଣ ଦିଆଯାଇଥିବାବେଳେ କୋରାପୁଟରେ ୬୮ ପ୍ରତିଶତ ଦିଆଯାଛି। ସେହିଭଳି ଢେଙ୍କାନାଳରେ ୬୭ ପ୍ରତିଶତ ଓ ରାୟଗଡ଼ା ଏବଂ ନବରଙ୍ଗପୁରରେ ୬୬ ପ୍ରତିଶତ ଋଣ ଯୋଗାଇ ଦିଆଯାଇଛି।

ଗୋଟିଏ ପଟେ ଚାଷୀଙ୍କୁ ତୁରନ୍ତ ଋଣ ଦେବାକୁ ନିର୍ଦ୍ଦେଶ, ଅନ୍ୟପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ହିତାଧିକାରୀ ଚିହ୍ନଟ କରି ଋଣ ଦେଉଥିବା ସମବାୟ କର୍ମଚାରୀ କିନ୍ତୁ ଧାରଣାରେ। କାମ ପୁରା ଠପ୍ , ବଲାଙ୍ଗିରରେ ସମବାୟ କର୍ମଚାରୀ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଦାବିରେ ଆଜିକୁ ୧୦ରୁ ଅଧିକ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି। ଖାଲି ବଲାଙ୍ଗିର ନୁହେଁ ରାଜ୍ୟବ୍ୟାପୀ ବି ଆନ୍ଦୋଳନ ଚାଲିଛି। ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସେମାନଙ୍କ ଦାବି ପୂରଣ ସମ୍ଭବ ନୁହେଁ, ଏଥିପାଇଁ ଆଇନ୍ ଆଣିବାକୁ ପଡିବ।

Related story