ଓଡ଼ିଶାରେ ‘ଠିକାରେ ଚାଷ’କୁ ମିଳିବ ଆଇନଗତ ମାନ୍ୟତା, ଆସିବ ବିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଚାଷୀଙ୍କ ଆର୍ଥିକ ସ୍ଥିତି ସୁଧାର କରିବା ପାଇଁ ବିଧାନସଭାର ଆଗାମୀ ଶୀତ ଅଧିବେଶନରେ ରାଜ୍ୟ ସରକାର ୨ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବେ ବୋଲି ଜଣାପଡ଼ିଛି। ଏହି ବିଲ୍ ଗୃହୀତ ହେଲେ ରାଜ୍ୟରେ ଠିକାରେ ଚାଷ (କଣ୍ଟ୍ରାକ୍ଟ ଫାର୍ମିଂ)କୁ ଆଇନଗତ ମାନ୍ୟତା ମିଳିବ। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୩ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବାବେଳେ ସେହିଦିନ କ୍ୟାବିନେଟ୍ ସବକମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ […]

kalia-750x430-1

kalia-750x430-1

Tapas Behera
  • Published: Wednesday, 06 November 2019
  • Updated: 06 November 2019, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ଚାଷୀଙ୍କ ଆର୍ଥିକ ସ୍ଥିତି ସୁଧାର କରିବା ପାଇଁ ବିଧାନସଭାର ଆଗାମୀ ଶୀତ ଅଧିବେଶନରେ ରାଜ୍ୟ ସରକାର ୨ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବେ ବୋଲି ଜଣାପଡ଼ିଛି। ଏହି ବିଲ୍ ଗୃହୀତ ହେଲେ ରାଜ୍ୟରେ ଠିକାରେ ଚାଷ (କଣ୍ଟ୍ରାକ୍ଟ ଫାର୍ମିଂ)କୁ ଆଇନଗତ ମାନ୍ୟତା ମିଳିବ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୩ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବାବେଳେ ସେହିଦିନ କ୍ୟାବିନେଟ୍ ସବକମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉପସ୍ଥିତ ରହିବେ। ବୈଠକରେ ୨ଟି ବିଲ୍ ଯଥା-ଓଡ଼ିଶା ଷ୍ଟେଟ୍ ଏଗ୍ରିକଲଚର ପ୍ରଡ୍ୟୁସ୍ ଆଣ୍ଡ ଲାଇଭଷ୍ଟକ୍ ମାର୍କେଟିଂ ବିଲ୍ ଏବଂ ଓଡ଼ିଶା ଷ୍ଟେଟ୍ ଏଗ୍ରିକଲଚର ପ୍ରଡ୍ୟୁସ୍ ଆଣ୍ଡ ଲାଇଭଷ୍ଟକ୍ କଣ୍ଟ୍ରାକ୍ଟ ଫାର୍ମିଂ ଆଣ୍ଡ ସର୍ଭିସେସ୍ ବିଲ୍ ଉପରେ ଆଲୋଚନା ହେବ। କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ଏହି କଣ୍ଟ୍ରାକ୍ଟ ଫାର୍ମିଂ ଉପରେ ଗୁରୁତ୍ୱ ଦେଇଛନ୍ତି।

ଏହାସହିତ କେନ୍ଦ୍ର ସରକାର ମଧ୍ୟ ଠିକାରେ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମଡେଲ୍ ଏଗ୍ରିକଲଚର ପ୍ରଡ୍ୟୁସ୍ ଆଣ୍ଡ ଲାଇଭଷ୍ଟକ୍ ଫାର୍ମଂ ସର୍ଭିସେସ୍ ବିଲ୍ ପ୍ରଣୟନ କରି ଏହାକୁ ସମସ୍ତ ରାଜ୍ୟକୁ ପଠାଇଛନ୍ତି।
ଓଡ଼ିଶା ସରକାର ଚାଷୀଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଏହି ଦୁଇଟି ବିଲ୍ ମାଧ୍ୟମରେ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି ଆଶାବାଦୀ ଅଛନ୍ତି। ଏହି ଦୁଇଟି ବିଲକୁ କ୍ୟାବିନେଟ୍ ସବକମିଟି ମଞ୍ଜୁରୀ ପ୍ରଦାନ କରିବା ପରେ ତାହା ବିଧାନସଭାରେ ଉପସ୍ଥାପନ ହେବ।

ବିଲର ପ୍ରାବଧାନ ଅନୁସାରେ ରାଜ୍ୟରେ ଉଭୟ ଫସଲ ଓ ପଶୁପାଳନ କ୍ଷେତ୍ରରେ କଣ୍ଟ୍ରାକ୍ଟ ଫାର୍ମିଂ ଆଣ୍ଡ ସର୍ଭିସେସ୍ ନିମନ୍ତେ ଏକ ପ୍ରାଧିକରଣ ଗଠନ ହେବ। ଯାହାକି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଧିକ ଜମି ଚାଷ କରିବା ନିମନ୍ତେ ପ୍ରୋତ୍ସାହିତ କରିବ। ଉଲ୍ଲେଖଯୋଗ୍ୟ, କଣ୍ଟ୍ରାକ୍ଟ ଫାର୍ମିଂ ହେଉଛି ଚାଷ କାର୍ଯ୍ୟ ପୂର୍ବରୁ ଚାଷୀ ଓ ପ୍ରାୟୋଜକ ମଧ୍ୟରେ ଏକ ଚୁକ୍ତିନାମା। ଏହି ଚୁକ୍ତି ହେବାପରେ ଚାଷୀଙ୍କୁ ନିଜର ଚାଷ ଆରମ୍ଭଠୁ ଅମଳ ପର୍ଯ୍ୟନ୍ତ ସମସ୍ତ ରିସ୍କ ସମ୍ପୃକ୍ତ ପ୍ରାୟୋଜକ ଉପରେ ରହିଥାଏ। ଚୁକ୍ତିର ସର୍ତ୍ତାବଳୀ ଅନୁସାରେ ଚାଷୀଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ଇନପୁଟ୍, ଟେକ୍ନୋଲୋଜି, ଆବଶ୍ୟକ କୃଷି ଜ୍ଞାନ, ଭିତ୍ତିଭୂମି ଓ ସେବା ସମ୍ପୃକ୍ତ ପ୍ରାୟୋଜକ ଯୋଗାଇ ଦେବେ । ଏହି ବିଲ୍ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ସହ ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ମଧ୍ୟ ସୁନିଶ୍ଚିତ କରାଇବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ‘କଣ୍ଟ୍ରାକ୍ଟ ଫାର୍ମିଂ’ ଆଇନକୁ ରାଜ୍ୟରେ ଲାଗୁ କରିବା ନିମନ୍ତେ ଦିଲ୍ଲୀରେ ଅନୁଷ୍ଠିତ ଏକ ଜାତୀୟସ୍ତରର ବୈଠକରେ ଓଡ଼ିଶା ସହମତି ଜଣାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story