୧୧ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ୧୧ ଦଫା ଦାବିରେ ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଇଘର ବ୍ଲକ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଇଘର ବ୍ଲକ କୃଷକ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା କରାଯିବା ସହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଶୀଘ୍ର ଦାବି ପୂରଣ କରା ନଗଲେ ସାରା ରାଜ୍ୟକୁ ଆନ୍ଦୋଳନ ବ୍ୟାପିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ସଂଘ ପକ୍ଷରୁ ପ୍ରଥମେ ରାଇଘର ବ୍ଲକରେ ଭିକ୍ଷୋଭ […]

umarkot

Rakesh Mallick
  • Published: Tuesday, 05 June 2018
  • , Updated: 05 June 2018, 06:00 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ୧୧ ଦଫା ଦାବିରେ ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଇଘର ବ୍ଲକ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଇଘର ବ୍ଲକ କୃଷକ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା କରାଯିବା ସହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଶୀଘ୍ର ଦାବି ପୂରଣ କରା ନଗଲେ ସାରା ରାଜ୍ୟକୁ ଆନ୍ଦୋଳନ ବ୍ୟାପିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ସଂଘ ପକ୍ଷରୁ ପ୍ରଥମେ ରାଇଘର ବ୍ଲକରେ ଭିକ୍ଷୋଭ କରାଯାଇଥିଲା। ଚାଷୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ବିଡିଓ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ନୂତନ ବସ୍‌ଷ୍ଟାଣ୍ଡରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ସଭାରେ ରାଜ୍ୟ କୃଷକ ସଙ୍ଘ ସଭାପତି ବିଶେଶ୍ୱର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଚାଷୀଙ୍କ ପ୍ରତି ସରକାରୀ ଅବହେଳା କଥା ଉପସ୍ଥାପନ କରିବା ସହ ସେ କହିଥିଲେ, “ମଣ୍ଡି ଅଭାବରୁ ଚାଷୀମାନେ ଅଭାବି ବିକ୍ରିର ଶିକାର ହୋଇ ଦୟନୀୟ ଜୀବନ ବିତାଉଛନ୍ତି। ଚାଷୀଙ୍କ ସମସ୍ୟାକୁ ପ୍ରଶାସନ ଅଣଦେଖା କରିବା ନିଶ୍ଚିତ ପକ୍ଷେ ଗୁରୁତର ବିଷୟ।”

ସଂଘ ସଭାପତି ସନରାଜ ଗଣ୍ଡ ସରକାରଙ୍କୁ ଖୋଲା ସମାଲୋଚନା କରିବା ସହ ଶୀଘ୍ର ଧାନ କୁଇଣ୍ଟାଲ୍‌ ପିଛା ୩୦୦୦ ଓ ମକା କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଦେବାକୁ ଦାବି କରିଥିଲେ। ଏହାସହ ଚାଷ ଉପଯୋଗୀ ବିହନ, ସାର ଏବଂ ଯନ୍ତ୍ରପାତି ରିହାତି ଦରରେ ଯୋଗାଇ ଦେବାକୁ କହିଥିଲେ। ସରକାର ଚାଷୀଙ୍କ ଦାବି ଗୁଡିକୁ ନମାଲେ ଆଗାମୀ ଦିନରେ ଆନ୍ଦୋଳନ ସମଗ୍ର ରାଜ୍ୟରେ ବ୍ୟାପିବ ବୋଲ ସେ ଚେତାବନୀ ଦେଇଥିଲେ।

Related story