ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଏବଂ ନବନିର୍ମାଣ କୃଷକ ସଙ୍ଗଠନ। ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚାଷୀଙ୍କୁ ଅତିଶୀଘ୍ର ୨୦୧୬-୧୭ ଏବଂ୨୦୧୭-୧୮ ବର୍ଷର କୃଷି ବୀମା ପ୍ରଦାନ,  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ତିନି ହଜାର ଟଙ୍କା କରିବା, ଜିଲ୍ଲାରେ ଦେଖାଦେଇଥିବା ବିହନ ଅଭାବ ଦୂର […]

balangir

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 02:10 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଏବଂ ନବନିର୍ମାଣ କୃଷକ ସଙ୍ଗଠନ। ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଚାଷୀଙ୍କୁ ଅତିଶୀଘ୍ର ୨୦୧୬-୧୭ ଏବଂ୨୦୧୭-୧୮ ବର୍ଷର କୃଷି ବୀମା ପ୍ରଦାନ,  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ତିନି ହଜାର ଟଙ୍କା କରିବା, ଜିଲ୍ଲାରେ ଦେଖାଦେଇଥିବା ବିହନ ଅଭାବ ଦୂର କରିବା ଓ ବିହନ କଳାବଜାରୀ ବନ୍ଦ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି,“ ବିହନ କଳାବଜାରୀ ରୋକିବା ପାଇଁ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଭୟ ରାଜ୍ୟ  ଓ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯିବ।”

Related story