ଜାତୀୟ ହାରଠାରୁ ଓଡ଼ିଶାରେ ପ୍ରାଣ ହରାଇଛନ୍ତି ୧୪୨ ପ୍ରତିଶତ ଅଧିକ ଚାଷୀ

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 10:15 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢୁଛି ଚାଷୀ ଆତ୍ମହତ୍ୟା। ୨୦୧୬ରେ ଜାତୀୟ ହାରକୁ ଦେଖିଲେ ଆତ୍ମହତ୍ୟା ସଂଖ୍ୟା ୧୦ ପ୍ରତିଶତ କମିଥିବା ବେଳେ ରାଜ୍ୟରେ କିନ୍ତୁ ବଢିଛି ୧୪୨ ପ୍ରତିଶତ। ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବି ତଥ୍ୟକୁ ଉଦ୍ଧାର କରି ରାଜ୍ୟସଭାରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂ। ସେପଟେ ବରଗଡ଼ ଚାଷୀ ହାଡୁ ବର୍ଗତ୍ତି ଆତ୍ମହତ୍ୟା କରିବାର ଗୋଟିଏ ବର୍ଷ ପରେ ବି ବିଧାନସଭା ଗୃହ କମଟିର ପଦକ୍ଷେପ ଓ ଚାଷୀଙ୍କ ପ୍ରତି ସରକାରଙ୍କ ଦରଦକୁ ନେଇ ଉଠିଛି ପ୍ରଶ୍ନ।</p> <p>ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟସଭାରେ କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କ ଉତ୍ତର ରଖିଛନ୍ତି।&nbsp; ୨୦୧୫ ତୁଳନାରେ ଚାଷୀ ଆତ୍ମହତ୍ୟାର ଜାତୀୟ ହାର ୯. ୭୭ ପ୍ରତିଶତ କମିଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। କିନ୍ତୁ ଓଡିଶାର ଚିତ୍ର ଓଲଟା। ୨୦୧୫ ତୁଳନାରେ ଭାଗ ଚାଷୀ ବା କୃଷି ଶ୍ରମିକଙ୍କ ଆତ୍ମହତ୍ୟା ୧୪୨ ପ୍ରତିଶତ ବଢ଼ିଛି। ୨୦୧୫ରେ ରାଜ୍ୟରେ ମୋଟ ୫୦ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଏମାନଙ୍କ ଭିତରେ କୃଷି ଶ୍ରମିକ ଥିଲେ ୨୭ ଜଣ। କିନ୍ତୁ ୨୦୧୬ରେ&nbsp; ୧୦୧ ଜଣ ଅର୍ଥାତ ୪ ଗୁଣ ଅଧିକ କୃଷି ଶ୍ରମିକ ବା ଭାଗଚାଷୀ ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି। ୨୦୧୬ରେ ମୋଟ ଆତ୍ମହତ୍ୟା କରିଥିବା ଚାଷୀଙ୍କ ସଂଖ୍ୟା ରହିଛି ୧୨୧। ଅନ୍ୟ ରାଜ୍ୟ ତୁଳନାରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜରାଟ ଓ ଓଡ଼ିଶା ପରି ରାଜ୍ୟରେ ଆତ୍ମହତ୍ୟା ପରିମାଣ ବଢିଛି। ଚାଷୀ ଆତ୍ମହତ୍ୟାର ଏ ତଥ୍ୟକୁ ନେଇ କଂଗ୍ରେସ ସନ୍ଦେହ ପ୍ରକାଶ କରିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।</p> <p>ଏପଟେ ଚାଷୀ ଆତ୍ମହତ୍ୟାକୁ କେବେ ମାନୁ ନଥିବା ରାଜ୍ୟ ସରକାର ବରଗଡର ଚାଷୀ ହାଡୁ ବଗର୍ତ୍ତିର ଆତ୍ମହତ୍ୟାର ଗୋଟିଏ ବର୍ଷ ପରେ ବି ତଦନ୍ତକୁ ନେଇ ଚୁପ। ଗତବର୍ଷ ୨୮ ଫେବ୍ରୁଆରୀରେ ଆତ୍ମହତ୍ୟା କରିଥିଲେ ହାଡୁ। ଅନେକ ତୁମ୍ବିତୋଫାନ ପରେ ତଦନ୍ତ ପାଇଁ ବାଚସ୍ପତି ଗଠନ କରିଥିଲେ ଗୃହ କମିଟି। କମିଟି ଗତବର୍ଷ ସେପ୍ଟେମ୍ବରରେ ସରଜମିନ ତଦନ୍ତ କରିଥିଲେ ବି ଏହାର ଫଳାଫଳ କଣ ହେଲା ଶାସକ ଦଳର ମୁଖ୍ୟ ସଚେତକଙ୍କ ପାଖରେ ସେ ନେଇ କୌଣସି ଖବର ନାହିଁ।</p> <p>ରାଧାମୋହନ ସିଂ ରାଜ୍ୟ ସଭାରେ ଦେଇଥିବା ତଥ୍ୟ ଅନୁସାରେ ଦିନକୁ ଦେଶରେ ପ୍ରାୟ&nbsp;&nbsp;&nbsp; ୩୧ ଜଣ ଚାଷୀ ଆତ୍ମହତ୍ୟା କରୁଛନ୍ତି। ୨୦୧୫ରେ ସାରା ଦେଶରେ ୧୨ ହଜାର ୬୦୨ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୬ରେ ୧୧,୩୭୦ ଚାଷୀ ଆତ୍ମହତ୍ୟା କରିଛନ୍ତି।</p>

Related story