ଅନୁଗୋଳରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଅନୁଗୋଳ: ଋଣ ବୋଝ ସହି ନ ପାରି ଅନୁଗୋଲ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ଗୁରୁଧି ଗାଁର ଚାଷୀ ପରମା ପଲେଇ। ଭାଗଚାଷ ପାଇଁ ପରମା ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା କରଜ କରିଥିଲେ। ଏହାକୁ ନେଇ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନୁଗୋଳ ଏଡିଏମ୍‌ଓ କହିଛନ୍ତି,“ଅଭିଯୋଗର […]

farmers 1

Rakesh Mallick
  • Published: Friday, 31 March 2017
  • , Updated: 31 March 2017, 12:56 PM IST

ଅନୁଗୋଳ: ଋଣ ବୋଝ ସହି ନ ପାରି ଅନୁଗୋଲ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ଗୁରୁଧି ଗାଁର ଚାଷୀ ପରମା ପଲେଇ।

ଭାଗଚାଷ ପାଇଁ ପରମା ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା କରଜ କରିଥିଲେ। ଏହାକୁ ନେଇ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନୁଗୋଳ ଏଡିଏମ୍‌ଓ କହିଛନ୍ତି,“ଅଭିଯୋଗର ତଦନ୍ତ କରିବାକୁ ତହସିଲଦାର ଓ ବିଡିଓଙ୍କୁ କୁହାଯାଇଛି। କୃଷି ଅଧିକାରୀଙ୍କୁ ମଧ୍ୟ ସାଙ୍ଗରେ ନେଇ ତଦନ୍ତ କରିବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।”

Related story