ଅସହ୍ୟ ହେଲା ୠଣ ଭାର! ଝୁଲିପଡ଼ିଲେ ଚାଷୀ

ଟିଟିଲାଗଡ଼ା(ମାନସ ରଞ୍ଜନ ମହାନ୍ତି): ଅସହ୍ୟ ହେଲା ୠଣଭାର। ଶେଷରେ କିଛି ଉପାୟ ନପାଇ ଗଛରେ ରଶି ଲଗାଇ ଝୁଲି ପଡ଼ିଲେ ଜଣେ ଚାଷୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଟିଟିଲାଗଡ଼ ଥାନା ଦୋର୍ଲ୍ଲୋ ଗାଁର ଘାସିରାମ ମାଝୀ ଜଣେ ନାମକୁ ମାତ୍ର ଚାଷୀ। ସେ ଏଲ ଆଣ୍ଡ ଟି, ସ୍ପନ୍ଦନ, ଭେକ୍ଟର, ଆକ୍ସିସ […]

farmer-suicide-in-titlagarh-thana-aria

Manoranjan Sial
  • Published: Monday, 16 September 2019
  • , Updated: 16 September 2019, 04:05 PM IST

ଟିଟିଲାଗଡ଼ା(ମାନସ ରଞ୍ଜନ ମହାନ୍ତି): ଅସହ୍ୟ ହେଲା ୠଣଭାର। ଶେଷରେ କିଛି ଉପାୟ ନପାଇ ଗଛରେ ରଶି ଲଗାଇ ଝୁଲି ପଡ଼ିଲେ ଜଣେ ଚାଷୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଟିଟିଲାଗଡ଼ ଥାନା ଦୋର୍ଲ୍ଲୋ ଗାଁର ଘାସିରାମ ମାଝୀ ଜଣେ ନାମକୁ ମାତ୍ର ଚାଷୀ। ସେ ଏଲ ଆଣ୍ଡ ଟି, ସ୍ପନ୍ଦନ, ଭେକ୍ଟର, ଆକ୍ସିସ ବ୍ୟାଙ୍କ ଓ ସାଟିନ ଭଳି ବିଭିନ୍ନ ଗ୍ରୁପ୍‌ରୁ ପ୍ରାୟ ୫ ଲକ୍ଷ ଟଙ୍କା ଋଣ କରି ଜମି କିଣିଥିଲେ। ଋଣ ଟଙ୍କା ପର୍ଯ୍ୟାୟ କ୍ରମେ ପରିଶୋଧ କରୁଥିଲେ। ମାତ୍ର ସବୁ ଗ୍ରୁପ୍‌ର ଋଣ ଟଙ୍କା ପରିଶୋଧ କରୁନଥିବାରୁ ଘାସିରାମଙ୍କ ଉପରେ ଚାପ ବଢ଼ୁଥିଲା। ଗ୍ରୁପ୍‌ର ସଦସ୍ୟମାନେ ବାରମ୍ୱାର ଆସି ଘାସିରାମଙ୍କୁ ଋଣ ଟଙ୍କା ମାଗୁଥିଲେ। ଏପରିକି ନିର୍ଦ୍ଧାରିତ ସମୟରେ ଋଣ ଟଙ୍କା ନଦେଲେ ଘର ଡିହ ଓ ଜମି ଜବତ କରିବାକୁ ଧମକ ଦେଉଥିବା ଘାସିରାମଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ଘାସିରାମ ଚାପରେ ରହୁଥିଲେ।

ଗତକାଲି ରାତିରେ ଘାସିରାମ କୌଣସି କାମରେ ବାହାରକୁ ଯାଇଥିଲେ। ମାତ୍ର ରାତିରେ ସେ ଘରକୁ ଫେରିନଥିଲେ। ଆଜି ସକାଳେ ଗାଁ ନିକଟସ୍ଥ ଚାଷ ଜମିରେ ଥିବା ଏକ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ପଡୋଶୀ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story