ଚକଡ଼ା କ୍ଷତିଗ୍ରସ୍ତଙ୍କୁ କେବେ ମିଳିବ ସହାୟତା: ଚାଷୀ ହତାଶ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବଗ୍ରାସୀ ଚକଡ଼ା ପୋକ ଯୋଗୁଁ ସର୍ବସ୍ୱାନ୍ତ ଚାଷୀଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ପ୍ୟାକେଜ୍। କ୍ଷତିପୂରଣ ବାବଦକୁ ଦିଆଯିବ ୧୨୪ କୋଟି ଟଙ୍କା। ହେଲେ ପ୍ୟାକେଜ୍ କିଭଳି ବଣ୍ଟା ହେବ, ସେ ନେଇ ପ୍ରସ୍ତୁତ ହୋଇନି ଗାଇଡ୍ଲାଇନ୍ସ୍। ରାଜସ୍ବ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଗାଇଡ୍ଲାଇନ୍ସ୍ ସ୍ଥିର କରାଯାଇ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଇ ଦିଆଯିବ। କିନ୍ତୁ ଏହା କେବେ ସ୍ଥିର ହେବ, କେବେ ମିଳିବ ସହାୟତା ତାକୁ ନେଇ ସନ୍ଦୀହାନ ଚାଷୀ। ଏମିତିକି ରୋଗପୋକ ଜନିତ ସହାୟତା ରାଶିର ପରିମାଣକୁ ନେଇ ବି ଦେଖାଦେଲାଣି ଅସନ୍ତୋଷ।</p> <p>ସବୁ ଫସଲ ଉଜାଡିବା ପରେ ସରକରା ଯେଉଁ କ୍ଷତିପୂରଣ ଦେଉଛନ୍ତି ତାହା ସମୁଦ୍ରକୁ ଶଂଙ୍ଖେ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଆଉ ଯେଉଁ ଋଣ କଥା ଘୋଷଣା ହୋଇଛି ତାହା ଆଗାମୀ ବର୍ଷ ଫସଲକୁ କାମ ଦେବ, ତେଣୁ ଏବେ କେମିତି କ୍ଷତି ଭରଣା ହେବ ବୋଲି ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ ଯେଉଁ କ୍ଷତିପୂରଣ ଦିଆଯିବାକୁ ଘୋଷଣା ହୋଇଛି ତାହା କେବେ ଓ କେତେ ଦିନ ଭିତରେ ଦିଆଯିବ ସେ ନେଇ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇନଥିବାରୁ ଏ ନେଇ ବି ସନ୍ଦିହାନ ଚାଷୀ। ସମାନ ଅସନ୍ତୋଷ ଚକଡ଼ା ପୋକ ଦାଉରେ ହନ୍ତସନ୍ତ ସାଙ୍ଗକୁ ଚାଷୀ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚିତ ବରଗଡ଼ରେ ଚାଷୀଙ୍କ ଅଭିଯୋଗ ସରକାରଙ୍କ ଘୋଷଣା ସବୁବେଳେ ପାଣିର ଗାର।</p>

Ordigital Desk
  • Published: Tuesday, 07 November 2017
  • Updated: 07 November 2017, 08:24 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବଗ୍ରାସୀ ଚକଡ଼ା ପୋକ ଯୋଗୁଁ ସର୍ବସ୍ୱାନ୍ତ ଚାଷୀଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ପ୍ୟାକେଜ୍। କ୍ଷତିପୂରଣ ବାବଦକୁ ଦିଆଯିବ ୧୨୪ କୋଟି ଟଙ୍କା। ହେଲେ ପ୍ୟାକେଜ୍ କିଭଳି ବଣ୍ଟା ହେବ, ସେ ନେଇ ପ୍ରସ୍ତୁତ ହୋଇନି ଗାଇଡ୍ଲାଇନ୍ସ୍। ରାଜସ୍ବ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଗାଇଡ୍ଲାଇନ୍ସ୍ ସ୍ଥିର କରାଯାଇ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଇ ଦିଆଯିବ। କିନ୍ତୁ ଏହା କେବେ ସ୍ଥିର ହେବ, କେବେ ମିଳିବ ସହାୟତା ତାକୁ ନେଇ ସନ୍ଦୀହାନ ଚାଷୀ। ଏମିତିକି ରୋଗପୋକ ଜନିତ ସହାୟତା ରାଶିର ପରିମାଣକୁ ନେଇ ବି ଦେଖାଦେଲାଣି ଅସନ୍ତୋଷ।</p><p>ସବୁ ଫସଲ ଉଜାଡିବା ପରେ ସରକରା ଯେଉଁ କ୍ଷତିପୂରଣ ଦେଉଛନ୍ତି ତାହା ସମୁଦ୍ରକୁ ଶଂଙ୍ଖେ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଆଉ ଯେଉଁ ଋଣ କଥା ଘୋଷଣା ହୋଇଛି ତାହା ଆଗାମୀ ବର୍ଷ ଫସଲକୁ କାମ ଦେବ, ତେଣୁ ଏବେ କେମିତି କ୍ଷତି ଭରଣା ହେବ ବୋଲି ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ ଯେଉଁ କ୍ଷତିପୂରଣ ଦିଆଯିବାକୁ ଘୋଷଣା ହୋଇଛି ତାହା କେବେ ଓ କେତେ ଦିନ ଭିତରେ ଦିଆଯିବ ସେ ନେଇ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇନଥିବାରୁ ଏ ନେଇ ବି ସନ୍ଦିହାନ ଚାଷୀ। ସମାନ ଅସନ୍ତୋଷ ଚକଡ଼ା ପୋକ ଦାଉରେ ହନ୍ତସନ୍ତ ସାଙ୍ଗକୁ ଚାଷୀ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚିତ ବରଗଡ଼ରେ ଚାଷୀଙ୍କ ଅଭିଯୋଗ ସରକାରଙ୍କ ଘୋଷଣା ସବୁବେଳେ ପାଣିର ଗାର।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos