Advertisment

5T ଫିଡବ୍ୟାକରେ ସରକାରଙ୍କ ପୋଲ୍ ଖୋଲିଲେ ଚାଷୀ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଜନତା ସମସ୍ୟା ବୁଝିବା ଓ ସରକାର ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର 5T କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଦ୍ୱାରା ସମସ୍ତେ ନିଜର ସୁବିଧା ଓ ଅସୁବିଧା ଜଣାଇପାରିବେ। ହେଲେ 5T ଫିଡବ୍ୟାକରେ ଚାଷୀ ଯେଉଁଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି, ତାହା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି। କାଳିଆ ଯୋଜନା ଠାରୁ ଆରମ୍ଭ କରି ସାର, ବିହନ ଓ କୃଷ୍ଟି ଯନ୍ତ୍ରପାତି କିଣାରେ ସବସିଡି ଦେଉଥିବା କଥା ସରକାର […]

ଅଦ୍ୟତନ ହୋଇଛି
5T ଫିଡବ୍ୟାକରେ ସରକାରଙ୍କ ପୋଲ୍ ଖୋଲିଲେ ଚାଷୀ!

mo-sarkar

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଜନତା ସମସ୍ୟା ବୁଝିବା ଓ ସରକାର ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର 5T କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଦ୍ୱାରା ସମସ୍ତେ ନିଜର ସୁବିଧା ଓ ଅସୁବିଧା ଜଣାଇପାରିବେ। ହେଲେ 5T ଫିଡବ୍ୟାକରେ ଚାଷୀ ଯେଉଁଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି, ତାହା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି।

Advertisment

କାଳିଆ ଯୋଜନା ଠାରୁ ଆରମ୍ଭ କରି ସାର, ବିହନ ଓ କୃଷ୍ଟି ଯନ୍ତ୍ରପାତି କିଣାରେ ସବସିଡି ଦେଉଥିବା କଥା ସରକାର କହୁଛନ୍ତି। ତେବେ ଏସବୁ ବ୍ୟବସ୍ଥା ଓ ଘୋଷଣାବାଜି ସତ୍ତ୍ୱେ ବାସ୍ତବ କ୍ଷେତ୍ରରେ ଚାଷୀଙ୍କ ଦୁଃଖ ଯାଇନି। କେଉଁଠି ଋଣ ପାଇଁ ଚାଷୀଙ୍କୁ ଲାଞ୍ଚ ଦେବାକୁ ପଡୁଛି ତ ଆଉ କେଉଁଠି ଚାଷୀ କଳାବଜାରୀରେ କିଣୁଛି ସାର ଓ ବିହନ। ତେବେ ଏସବୁ ସମସ୍ୟା କଥା ଚାଷୀ 5T ଫିଡବ୍ୟାକରେ ଦେଇଛନ୍ତି। ଫାଇଭ୍ ଟି ଫିଡବ୍ୟାକରେ ଚାଷୀଙ୍କଠୁ ଏଭଳି ତଥ୍ୟ ମିଳିବା ପରେ ସରକାର ହରଡ଼ଘଣାରେ ପଡ଼ିଯାଇଛନ୍ତି।

ଭଦ୍ରକ ଠାରୁ ଆରମ୍ଭ କରି ବଲାଙ୍ଗୀର, କଟକରୁ କନ୍ଧମାଳ ଯାଏ ସବୁଠି ସମସ୍ୟାର ଚକ୍ରବ୍ୟୁହରେ ପେଷି ହେଉଛି ଚାଷୀ। ଫାଇଭ୍ ଟି ଫିଡବ୍ୟାକକୁ ଦେଇଥିବା ତଥ୍ୟ ଅନୁସାରେ, କୃଷି ଋଣ ପାଇବାକୁ ଚାଷୀଙ୍କୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦେବଗଡ ଜିଲ୍ଲାର ଚାଷୀ ମାଇଖେଲ ଲାକ୍ରା ଦେଇଥିବା ଫିଡବ୍ୟାକ୍ ଅନୁସାରେ, କୃଷି ଋଣ ପାଇବାରେ ଦହଗଞ୍ଜ ହେଉଛନ୍ତି କି? ଏହି ପ୍ରଶ୍ନରେ ସେ ହଁ ବୋଲି ଉତ୍ତର ଦେଇଛନ୍ତି।

Advertisment

ସେହିଭଳି ଆଉ ଜଣେ ଚାଷୀ ସୌଭାଗ୍ୟ ପ୍ରଧାନଙ୍କର ଫିଡବ୍ୟାକ ଅନୁସାରେ କୃଷି ଋଣ ଓ ସାର, ବିହନ ପାଇଁ ଅଧିକାରୀ ଲାଞ୍ଚ ମାଗୁଛନ୍ତି କି? ଏହାର ଉତ୍ତର ମଧ୍ୟ ସେ ହଁରେ ଦେଇଛନ୍ତି। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ସାରା ରାଜ୍ୟରେ ଚିତ୍ର ସ୍ଥିତି ସମାନ। କେଉଁଠି ଅଧିକାରୀ ସହଯୋଗ କରୁନାହାନ୍ତି ତ ଆଉ କେଉଁଠି ଦେବାକୁ ପଡୁଛି ହାତଗୁଞ୍ଜା। କେତେକ କ୍ଷେତ୍ରରେ ସରକାରୀ ଅଧିକାରୀ ଚାଷୀଙ୍କ ପ୍ରତି ଭଲ ବ୍ୟବହାର ଦେଖାଉନଥିବା ମଧ୍ୟ ଅଭିଯୋଗ ଆସିଛି। ସେହିପରି ସାର ହେଉ କି ବିହନ କିମ୍ଭା ଅନ୍ୟାନ୍ୟ କୃଷି ସାମଗ୍ରୀ, କେଉଁଠି କଳାବଜାରୀ ତ ଆଉ କେଉଁଠି ଲାଞ୍ଚ ଦେଇ ଦେଇ ଚାଷୀ ନୟାନ୍ତ ହେଉଛନ୍ତି।

ପାଇଭ୍ ଟି ଫିଡବ୍ୟାକ୍ ପ୍ରଶାସନିକ ବ୍ୟବସ୍ଥାର ମୁଖା ଖୋଲିବା ପରେ ସରକାର ଅଡୁଆରେ ପଡ଼ିଯାଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସୁଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ୧୪ ଜିଲ୍ଲା କୋ-ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାରଙ୍କୁ ସରକାର ଚିଠି ଲେଖିଛନ୍ତି। ସମବାୟ ବିଭାଗ ଅତିରିକ୍ତ ସଚିବ ଚାଷୀଙ୍କ ଅଭିଯୋଗ ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ବି କୁହାଯାଇଛି। ଏପଟେ ଚାଷୀଙ୍କ ଶୋଷଣ ପ୍ରସଙ୍ଗକୁ ନେଇ ରାଜନୀତି ବି ଜୋର ଧରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe