ରୋଗ ପୋକ ସମ୍ପର୍କରେ ଚାଷୀଙ୍କୁ ମୋବାଇଲ୍‌ରେ ମିଳିବ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା। ଏଣିକି ଏଥିରୁ ମିଳିବ ନିସ୍ତାର। କାରଣ, ଫସଲର ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ମୋବାଇଲରେ ପରାମର୍ଶ ମିଳିବ। ଏଥିପାଇଁ ଚାଷୀ ନିଜ ଫସଲରେ ଦେଖାଦେଇଥିବା ରୋଗ ବା ପୋକ ସମ୍ପର୍କରେ ଭିଲେଜ୍‌ ଏଗ୍ରିକଲ୍‌ଚର ୱାର୍କର ବା ଭିଏଡବ୍ଲ୍ୟୁଙ୍କୁ ଜଣାଇବେ। ତା’ପରେ ଭିଏଡବ୍ଲ୍ୟୁ ଫସଲର ଫଟୋ ଉଠାଇ ମୋବାଇଲ ଆପ୍‌ରେ ପୋଷ୍ଟ କରିବା ପରେ ଏନେଇ ବିଶେଷଜ୍ଞମାନଙ୍କ ପାଖରୁ ସଠିକ କୀଟନାଶକ, ଏହାର ମାତ୍ରା ଓ ବ୍ୟବହାର […]

Farmers-in-Odisha-will-now-receive-expert-advice-on-pests-on-their-mobile-phones

Manoranjan Sial
  • Published: Wednesday, 07 August 2019
  • , Updated: 07 August 2019, 05:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା। ଏଣିକି ଏଥିରୁ ମିଳିବ ନିସ୍ତାର। କାରଣ, ଫସଲର ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ମୋବାଇଲରେ ପରାମର୍ଶ ମିଳିବ। ଏଥିପାଇଁ ଚାଷୀ ନିଜ ଫସଲରେ ଦେଖାଦେଇଥିବା ରୋଗ ବା ପୋକ ସମ୍ପର୍କରେ ଭିଲେଜ୍‌ ଏଗ୍ରିକଲ୍‌ଚର ୱାର୍କର ବା ଭିଏଡବ୍ଲ୍ୟୁଙ୍କୁ ଜଣାଇବେ। ତା’ପରେ ଭିଏଡବ୍ଲ୍ୟୁ ଫସଲର ଫଟୋ ଉଠାଇ ମୋବାଇଲ ଆପ୍‌ରେ ପୋଷ୍ଟ କରିବା ପରେ ଏନେଇ ବିଶେଷଜ୍ଞମାନଙ୍କ ପାଖରୁ ସଠିକ କୀଟନାଶକ, ଏହାର ମାତ୍ରା ଓ ବ୍ୟବହାର ପ୍ରଣାଳୀ ନେଇ ଖୁବ ଶୀଘ୍ର ପରାମର୍ଶ ମିଳିବ। ଫଳରେ ଚାଷୀ ସଠିକ କୀଟନାଶକ ବ୍ୟବହାର କରି ରୋଗ ପୋକରୁ ଫସଲକୁ ରକ୍ଷା କରିବା ସହିତ ଲାଭବାନ ହୋଇପାରିବେ।

ଏହାସହିତ ସୁରକ୍ଷିତ କୀଟନାଶକ ପ୍ରୟୋଗ ପାଇଁ ଚାଷୀମାନଙ୍କୁ ସଚେତନ କରାଇବେ ଭିଏଡବ୍ଲ୍ୟୁ। ଏନେଇ ଭୁବନେଶ୍ୱରର କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେ ମାଷ୍ଟର ଟ୍ରେନର୍ସମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେମାନେ ପ୍ରତି ଜିଲ୍ଲାରେ କ୍ଷେତ୍ର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବେ। କୃଷିମନ୍ତ୍ରୀ ଅରୁଣ ସାହୁ ଏହି କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ ଏଥିପାଇଁ ପ୍ରସ୍ତୁତ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛନ୍ତି। ତେବେ ପ୍ରଥମ ୩ ମାସରେ ପ୍ରାୟ ୩ ଲକ୍ଷ ୫୦ ହଜାର ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି କୃଷି ନିର୍ଦ୍ଦେଶକ।

Related story