ଚକଡ଼ା ପୋକ ପାଇଁ ଚାଷ ଜମିରେ ନିଆଁ ଲଗାଇ ଦେଲେ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଚକଡ଼ା ପୋକ ପାଇଁ ଚାଷ ଜମି ଜାଳିଲେ ଚାଷୀ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଅର୍ଡା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ସହଦେବ କର୍ମୀ ନାମକ ଜଣେ ଚାଷୀ ହାତ ଉଧାରି ଏବଂ ବ୍ୟାଙ୍କରୁ ଋଣ କରି ନିଜର ୫ ଏକର ଜମିରେ ଧାନ ଚାଷ କରିଥିଲେ। ଚାଷ ଭଲ ହୋଇଥିଲା, ହେଲେ ଚକଡ଼ା ପୋକ ଯୋଗୁ ତାଙ୍କର ଅଧା ଏକର ଧାନ ନଷ୍ଟ ହୋଇଯାଇଥିଲା।। ଏହାପରେ ସେ କୃଷି […]

subarnpur

Jyoshna Pradhan
  • Published: Sunday, 10 November 2019
  • , Updated: 10 November 2019, 03:09 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଚକଡ଼ା ପୋକ ପାଇଁ ଚାଷ ଜମି ଜାଳିଲେ ଚାଷୀ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଅର୍ଡା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ସହଦେବ କର୍ମୀ ନାମକ ଜଣେ ଚାଷୀ ହାତ ଉଧାରି ଏବଂ ବ୍ୟାଙ୍କରୁ ଋଣ କରି ନିଜର ୫ ଏକର ଜମିରେ ଧାନ ଚାଷ କରିଥିଲେ। ଚାଷ ଭଲ ହୋଇଥିଲା, ହେଲେ ଚକଡ଼ା ପୋକ ଯୋଗୁ ତାଙ୍କର ଅଧା ଏକର ଧାନ ନଷ୍ଟ ହୋଇଯାଇଥିଲା।। ଏହାପରେ ସେ କୃଷି ବିଭାଗ ଅଧିକାରୀଙ୍କ ପରାମର୍ଶରେ କୀଟନାଶକ ବି ପ୍ରୟୋଗ କରିଥିଲେ। କିନ୍ତୁ କିଛି ଲାଭ ମିଳି ନଥିଲା। ଏନେଇ କୃଷି ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ସେ ଜଣାଇଥିଲେ। କିନ୍ତୁ କେହି ନଶୁଣିବାରୁ ଆଜି ଅଧା ଏକର ଚାଷ ଜମିରେ ସହଦେବ ନିଆଁ ଲଗାଇ ଦେଇଛନ୍ତି। କେବଳ ସହଦେବଙ୍କ ଜମି ନୁହେଁ, ଏହି ଅଞ୍ଚଳରେ ଅନେକ ଚାଷ ଜମିରେ ଏବେ ଚକଡ଼ା ପୋକ ଯୋଗୁ ଧାନ ଫସଲ ନଷ୍ଟ ହୋଇ ଯାଉଛି।

Related story