ଶୁଣୁ ନାହାନ୍ତି ଅଧିକାରୀ, ରାସ୍ତାକୁ ଓହ୍ଲାଇଲେ ଚାଷୀ

ନୂଆପଡ଼ା(ମାୟାଧର ସରାଫ୍): ରାସ୍ତାକୁ ଓହ୍ଲାଇଛନ୍ତି ନୂଆପଡ଼ା ଜିଲ୍ଲା ଖାସବାହାଲ ଓ ବଙ୍କାପୁର ଗାଁର ଚାଷୀ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗତବର୍ଷର ଫସଲ ବୀମା ଟଙ୍କା ଓ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯାଉ ନାହିଁ।  ଏଥିରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ଚାଷୀମାନେ ବଙ୍କାପୁର ଗାଁ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା- ଖଡ଼ିଆଳ ମଧ୍ୟରେ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଛି। ଏହି ଦୁଇ ଗାଁ ଲୋକେ ଦୀର୍ଘ ଦିନ ହେବ ଜମିକୁ […]

road-block

Jyoshna Pradhan
  • Published: Friday, 09 August 2019
  • , Updated: 09 August 2019, 11:09 AM IST

ନୂଆପଡ଼ା(ମାୟାଧର ସରାଫ୍): ରାସ୍ତାକୁ ଓହ୍ଲାଇଛନ୍ତି ନୂଆପଡ଼ା ଜିଲ୍ଲା ଖାସବାହାଲ ଓ ବଙ୍କାପୁର ଗାଁର ଚାଷୀ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗତବର୍ଷର ଫସଲ ବୀମା ଟଙ୍କା ଓ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯାଉ ନାହିଁ।  ଏଥିରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ଚାଷୀମାନେ ବଙ୍କାପୁର ଗାଁ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା- ଖଡ଼ିଆଳ ମଧ୍ୟରେ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଛି।

ଏହି ଦୁଇ ଗାଁ ଲୋକେ ଦୀର୍ଘ ଦିନ ହେବ ଜମିକୁ ଜଳସେଚନ ପାଇଁ ଦାବି କରି ଆସୁଥିଲେ । ମାତ୍ର ସମସ୍ୟାର ସମାଧାନ ହୋଇପାରି ନଥିବା ଅଭିଯୋଗ ହୋଇଛି। ଏଥିସହ ସେମାନେ ଗତ ୨୦୧୮ ମସିହାର ଫସଲ ବୀମା ଟଙ୍କା ଏ ଯାଏ ପାଇ ନାହାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଅଧିକାରୀ ଶୁଣୁ ନ ଥିବାରୁ  ଆଜି ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସେମାନେ ରାସ୍ତା ଅବରୋଧ କରିଛନ୍ତି।

Related story