ଟୋକନ୍ ତାତି; ଭୁବନେଶ୍ୱରରେ ଗର୍ଜିଲେ ଚାଷୀ

ଭୁବନେଶ୍ୱର/ ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନ ରାଜଧାନୀ ରାଜରାସ୍ତାରେ ଗର୍ଜିଛନ୍ତି। ଆଜି  ନବ ନିର୍ମାଣ କୃଷକ ସଂଗଠନ ଏକ ବିରାଟ ଶୋଭାଯାତ୍ରା କରିଥିଲେ। ଟୋକନ୍ ବ୍ୟବସ୍ଥା ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପିଏମଜିରୁ ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ତେବେ ଶିଶୁ ଭବନ ଛକରେ ପୁଲିସ୍ ଚାଷୀଙ୍କୁ ଅଟକାଇଥିଲା।  ଏହି ସମୟରେ […]

farmer

Jyoshna Pradhan
  • Published: Thursday, 21 November 2019
  • , Updated: 21 November 2019, 02:49 PM IST

ଭୁବନେଶ୍ୱର/ ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନ ରାଜଧାନୀ ରାଜରାସ୍ତାରେ ଗର୍ଜିଛନ୍ତି। ଆଜି  ନବ ନିର୍ମାଣ କୃଷକ ସଂଗଠନ ଏକ ବିରାଟ ଶୋଭାଯାତ୍ରା କରିଥିଲେ। ଟୋକନ୍ ବ୍ୟବସ୍ଥା ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପିଏମଜିରୁ ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ତେବେ ଶିଶୁ ଭବନ ଛକରେ ପୁଲିସ୍ ଚାଷୀଙ୍କୁ ଅଟକାଇଥିଲା।  ଏହି ସମୟରେ ପୁଲିସ୍ ସହ ଚାଷୀଙ୍କ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦଙ୍କ ସମେତ ବହୁ ସଂଖ୍ୟାରେ ଚାଷୀଙ୍କୁ ଅଟକ ରଖାଯାଇଛି।

ଏନେଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି,“ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ପାଇଁ ୧୦ ବର୍ଷ  ହେବ ଆନ୍ଦୋଳନ ଚାଲିଛି। ୫ ଦିନ ହେବ ଆମ ଦେଖିଛୁ ପଶ୍ଚିମ ଓଡ଼ିଶାର ଚାଷୀମାନେ ଟୋକନ୍ ପ୍ରତ୍ୟାହାର ପାଇଁ ଆନ୍ଦୋଳନ କରୁଛନ୍ତି। ଏହା ପଶ୍ଚିମ ଓଡ଼ିଶାର ଆନ୍ଦୋଳନ ନୁହେଁ। ଏହା ପୂରା ଓଡ଼ିଶାର ଆନ୍ଦୋଳନ। କାହିଁକି ସରକାର ୪ ଦିନ ହେଲା ଶୁଣୁନି। ଏଇଥି ପାଇଁ ଆମେ ନବୀନଙ୍କୁ ସ୍ମାରକ ଦେବାକୁ ଆସିଛୁ। ”

ସେହିପରି ଆଜି ଟୋକନ ବ୍ୟବସ୍ଥାକୁ ସମ୍ବଲପୁରରେ ପ୍ରବଳ ବିରୋଧ କରାଯାଇଛି। ଜିଦ୍‌ରେ ଅଟଳ ଥିବା ଚାଷୀ ପୁଣି ଥରେ ରାସ୍ତାକୁ ଓହ୍ଲାଇଛନ୍ତି। ଶହ ଶହ ଚାଷୀ ବରେଇପାଲି ନିକଟରେ ଧାନ ବୋଝେଇ ଟ୍ରାକ୍ଟର ଧରି ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଛି। ଏହାସହ ଯାତାୟାତରେ ବ୍ୟାପକ ବାଧା ସୃଷ୍ଟି ହୋଇଛି।

Related story