ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଆଜିଠୁ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ତେବେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ବିକ୍ଷୋଭ କରିବାରୁ ଧାନ ସଂଗ୍ରହ ହୋଇପାରିନାହିଁ।
ଫଳରେ ଦୂରଦୂରାନ୍ତରୁ ନିଜ କଷ୍ଟ ଅର୍ଜ୍ଜିତ ଧାନ ବିକ୍ରି କରିବା ପାଇଁ ଆସିଥିବା ଚାଷୀ ଶୀତ, କାକରରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି । ଗତକାଲି ଚାଷୀ ଓ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବରେଇପାଲି ମାର୍କେଟ୍ ୟାର୍ଡରେ ଧାନ ରଖି ବସିଛନ୍ତି ଶହ ଶହ ଚାଷୀ ।