ପ୍ରଶାସନ ମନା କଲା, ରାସ୍ତାରେ ପରିବା ଫୋପାଡ଼ିଲେ ଚାଷୀ

ଝାରସୁଗୁଡ଼ା(ଭାଗିରଥି ସାହୁ):ଅଣାୟତ୍ତ ହେଉଥିବା ମହାମାରୀକୁ କାବୁ କରିବାକୁ ଗତକାଲି ରାତିରୁ ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। ଏହାବ୍ୟତୀତ ବିଭିନ୍ନ ଜିଲ୍ଲା ପ୍ରଶାନ ପକ୍ଷରୁ ମଧ୍ୟ କଟକଣା ଲାଗୁ କରାଯାଉଛି। ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସପ୍ତାହିକ ଓ ଦୈନିକ ହାଟଗୁଡ଼ିକୁ ବନ୍ଦ କରି ଦେଇଛି । ଆଜି ମଙ୍ଗଳବାର ହାଟ ଥିବାରୁ  ସହରର  ଏକମାତ୍ର ପରିବା ବଜାରକୁ ପରିବା ନେଇ ଆସିଥିବା […]

vegetable

Niharika Rout
  • Published: Tuesday, 06 April 2021
  • , Updated: 06 April 2021, 02:42 PM IST

ଝାରସୁଗୁଡ଼ା(ଭାଗିରଥି ସାହୁ):ଅଣାୟତ୍ତ ହେଉଥିବା ମହାମାରୀକୁ କାବୁ କରିବାକୁ ଗତକାଲି ରାତିରୁ ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। ଏହାବ୍ୟତୀତ ବିଭିନ୍ନ ଜିଲ୍ଲା ପ୍ରଶାନ ପକ୍ଷରୁ ମଧ୍ୟ କଟକଣା ଲାଗୁ କରାଯାଉଛି।

ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସପ୍ତାହିକ ଓ ଦୈନିକ ହାଟଗୁଡ଼ିକୁ ବନ୍ଦ କରି ଦେଇଛି । ଆଜି ମଙ୍ଗଳବାର ହାଟ ଥିବାରୁ  ସହରର  ଏକମାତ୍ର ପରିବା ବଜାରକୁ ପରିବା ନେଇ ଆସିଥିବା ବ୍ୟବସାୟୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ପରିବା ବିକି ନ ପାରି ଉତ୍ତ୍ୟକ୍ତ ଚାଷୀ ତାହାକୁ ରାସ୍ତାରେ ଫୋପାଡ଼ି ଦେଇଛନ୍ତି।

ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଲାଗୁ କରାଯାଇଥିବା ବେଳେ  ଚାଷୀ ଓ ବ୍ୟବସାୟୀମାନେ କେଉଁଠି ପରିବା ବିକିବେ, ସେ ନେଇ ସ୍ଥାନ ନିର୍ଦ୍ଧାରଣ କରାଯାଇ ନାହିଁ। ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ପନିପରିବା ବିକି ନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଆଣିଥିବା ସମସ୍ତ ପରିବା ରାସ୍ତାରେ ଫୋପାଡ଼ି  ଦେବାରୁ ତାହା ଉପରେ ଗାଡ଼ିମଟର ଚଳାଚଳ କରି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଲା।

ପରେ ପୌର ନିର୍ବାହୀ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି । ଆଜି ସଂଧ୍ୟାରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ବନ୍ଦ କରି ଦେଇଥିବାରୁ ଚାଷୀ ଓ ବ୍ୟବସାୟୀମାନେ ହଇରାଣ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ସାପ୍ତାହିକ ହାଟ ଓ ଦୈନିକ ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ  କରି ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇନଥିବା ଅଭିଯୋଗ କରି ଚାଷୀ ଓ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

 

Related story