ପିଟିଦେଲା ପିକ୍‌ଅପ୍ ଭ୍ୟାନ୍‌: ବାପ, ପୁଅ ମୃତ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ଜୋରାବଗା ଛକ ନିକଟରେ ଏକ ଲୁନାକୁ ଏକ ପିକଅପ ଧକ୍କା ଦେବାରୁ ବାପାପୁଅଙ୍କ ମୃତ୍ୟୁ ଘଟିଛି l ମୃତକମାନେ ହେଲେ ବେଲପାହାଡ଼ ରେହେମତ ନଗରର ମହମ୍ମଦ ମେହେଫୁଜ ଆଲାମ ଓ ତାଙ୍କ ବଡ଼ ପୁଅ ମହମ୍ମଦ ଆଦିଲ। ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇ ପିକଅପ ଭ୍ୟାନ୍ ଡ୍ରାଇଭର ଫେରାର ହୋଇଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଜୋରବାଗ ଛକ ନିକଟରେ ଲୋକେ […]

luna

Jitendra Garnayak
  • Published: Thursday, 30 June 2022
  • , Updated: 30 June 2022, 09:31 PM IST

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ଜୋରାବଗା ଛକ ନିକଟରେ ଏକ ଲୁନାକୁ ଏକ ପିକଅପ ଧକ୍କା ଦେବାରୁ ବାପାପୁଅଙ୍କ ମୃତ୍ୟୁ ଘଟିଛି l

ମୃତକମାନେ ହେଲେ ବେଲପାହାଡ଼ ରେହେମତ ନଗରର ମହମ୍ମଦ ମେହେଫୁଜ ଆଲାମ ଓ ତାଙ୍କ ବଡ଼ ପୁଅ ମହମ୍ମଦ ଆଦିଲ।

ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇ ପିକଅପ ଭ୍ୟାନ୍ ଡ୍ରାଇଭର ଫେରାର ହୋଇଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଜୋରବାଗ ଛକ ନିକଟରେ ଲୋକେ ରାସ୍ତା ରୋକ କରିଥିବାବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି l ଖବର ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛି।

Related story