ଟାଙ୍ଗିଆରେ ପୁଅକୁ ହାଣି ବାପାର ଆତ୍ମହତ୍ୟା

ବରଗଡ଼(ଦୀପକ ଶର୍ମା): ପୁଅକୁ ହାଣି ହତ୍ୟା ପରେ ବାପାର ଆତ୍ମହତ୍ୟା। ବରଗଡ଼ ଅତାବିରା ଥାନା ପାହାଡ଼ ସିରିଗିଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜମିବାଡ଼ି ବିବାଦକୁ ନେଇ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଜମିବାଡ଼ି ବିବାଦକୁ ନେଇ ପୁଅ ସୁବାରାଓକୁ ବାପା ପିକେ ବରିହା ହାଣି ହତ୍ୟା କରିଛିା ଅତାବିରା ଆଇଆଇସି ଗୌରାଙ୍ଗ ସାହୁ, ବରଗଡ଼ ଏସଡିପିଓ ସୁରେଶ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହାର ଟାଙ୍ଗିଆକୁ ଜବତ […]

626murderknifeblood

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 02:25 PM IST

ବରଗଡ଼(ଦୀପକ ଶର୍ମା): ପୁଅକୁ ହାଣି ହତ୍ୟା ପରେ ବାପାର ଆତ୍ମହତ୍ୟା। ବରଗଡ଼ ଅତାବିରା ଥାନା ପାହାଡ଼ ସିରିଗିଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜମିବାଡ଼ି ବିବାଦକୁ ନେଇ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ଜମିବାଡ଼ି ବିବାଦକୁ ନେଇ ପୁଅ ସୁବାରାଓକୁ ବାପା ପିକେ ବରିହା ହାଣି ହତ୍ୟା କରିଛିା ଅତାବିରା ଆଇଆଇସି ଗୌରାଙ୍ଗ ସାହୁ, ବରଗଡ଼ ଏସଡିପିଓ ସୁରେଶ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହାର ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ଜମି ବିବାଦକୁ ନେଇ ବାପ ପୁଅ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ପୁଅ ସୁବାରାଓ ଘର ଅଗଣାରେ ଶୋଇଥିବା ସମୟରେ ବାପା ପିକେ ବରିହା ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ କଥାକଟାକଟି ହେବା ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ବୃଦ୍ଧ ବାପା ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ପୁଅ ସୁବାରାଓକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ପୁଅ ସୁବାରାଓର ମୃତ୍ୟୁ ଘଟିଥିଲା।

ରାଗରେ ପୁଅକୁ ହତ୍ୟା କରିଦେଲେ ସତ କିନ୍ତୁ ଏଥିପାଇଁ ନିଜକୁ କ୍ଷମା କରିପାରିଲେନି ବୃଦ୍ଧ ବାପା। ଶେଷରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଦେଲେ। ଏହି ଘଟଣା ଜିଲ୍ଳାରେ ଚର୍ଚ୍ଚାର ବିଷୟ ପାଲଟିଛି।

Related story