‍‍୧୪ ବର୍ଷ ତଳର ରାଗ ଶୁଝାଇଲା ବାପା: ପୁଅକୁ ହାଣି ନିଜେ ଝୁଲି ପଡ଼ିଲା

ବଲାଙ୍ଗିର/ନୂଆପଡ଼ା(ଓଡ଼ିଶା ରିପୋର୍ଟର): ପୁଅ ଉପରେ ୧୪ ବର୍ଷ ତଳର ପୁରୁଣା ରାଗ ଶୁଝାଇଲା ବାପା। ୧୪ ବର୍ଷ ତଳେ ଅନ୍ୟ ଜାତିରେ ବିବାହ କରିଥିବା ପୁଅଠାରୁ ପ୍ରତିଶୋଧ ନେଲା ।  ବାପା ଟାଙ୍ଗିଆ ଚୋଟରେ ଆଖି ବୁଜିଲା ପୁଅ। ନିଜ ହାତରେ ପୁଅକୁ ହତ୍ୟା ପରେ ପଶ୍ଚାତାପର ନିଆଁରେ ଜଳୁଥିବା ବାପା ନିଜ ଭୁଲ ବୁଝିପାରି ଘରେ ଝୁଲି ପଡ଼ିଲା। ଏପରି ଦୁଃଖଦ ଘଟଣା ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡା ଗାଁରେ ଘଟିଛି। ଫଳରେ ଗୋଟିଏ […]

father-son

Niharika Rout
  • Published: Friday, 24 June 2022
  • , Updated: 24 June 2022, 10:16 AM IST

ବଲାଙ୍ଗିର/ନୂଆପଡ଼ା(ଓଡ଼ିଶା ରିପୋର୍ଟର): ପୁଅ ଉପରେ ୧୪ ବର୍ଷ ତଳର ପୁରୁଣା ରାଗ ଶୁଝାଇଲା ବାପା। ୧୪ ବର୍ଷ ତଳେ ଅନ୍ୟ ଜାତିରେ ବିବାହ କରିଥିବା ପୁଅଠାରୁ ପ୍ରତିଶୋଧ ନେଲା ।  ବାପା ଟାଙ୍ଗିଆ ଚୋଟରେ ଆଖି ବୁଜିଲା ପୁଅ। ନିଜ ହାତରେ ପୁଅକୁ ହତ୍ୟା ପରେ ପଶ୍ଚାତାପର ନିଆଁରେ ଜଳୁଥିବା ବାପା ନିଜ ଭୁଲ ବୁଝିପାରି ଘରେ ଝୁଲି ପଡ଼ିଲା। ଏପରି ଦୁଃଖଦ ଘଟଣା ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡା ଗାଁରେ ଘଟିଛି। ଫଳରେ ଗୋଟିଏ ଘରୁ ଏକାଥରେ ବାପପୁଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ ବାପପୁଅଦ୍ୱୟ ହେଲେ ନକୁଲ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତ।

ଶୋଭିତ ୧୪ ବର୍ଷ ତଳେ ଭିନ୍ନ ଜାତିର ଜଣେ ଝିଅଙ୍କୁ ପ୍ରେମ ବିବାହ କରିଥିଲେ। ଏହାକୁ ତାଙ୍କ ବାପା ନକୁଲ ଘୋର ବିରୋଧ କରୁଥିଲେ ବାପା । ଏହି କାରଣରୁ ଉଭୟଙ୍କ ଭିତରେ ପ୍ରାୟତଃ ସବୁବେଳେ ଝଗଡା ଲାଗି ରହୁଥିଲା ।

ଗତକାଲି ରାତିରେ ଏହି ଘଟଣାକୁ ନେଇ ଉଭୟ ନକୁଳ ଓ ଶୋଭିତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ନକୁଳ ଏକ ଟାଙ୍ଗିଆ ଆଣି ପୁଅ ମୁଣ୍ଡକୁ ଚୋଟ ପକାଇଥିଲେ । ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ଶୋଭିତ ଆଖି ବୁଜିଦେଇଥିଲେ। ଏହା ଦେଖି ନିଜ ହିତାହିତ ଜ୍ଞାନ ଭୁଲି ବସିଲେ ନକୁଳ। ଏହାପରେ ସେ ମଧ୍ୟ ନିଜ ଘରେ ବେକରେ ଏକ ପ୍ଲାଷ୍ଟିକ ରଶି ଲଗାଇ ଝୁଲି ପଡ଼ିଥିଲେ। ଏହା ଦେଖି ପରିବାରରେ କାନ୍ଦ ବୋବାଳି ପଡ଼ିଥିଲା।

ଖବର ପାଇ ଆଜି ସକାଳେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Related story