ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଶ୍ୱଶୁର,ବୋହୂ

ରାୟଗଡ଼ା(ମନୋଜ ପାତ୍ର): ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଶ୍ୱଶୁର ଓ ବୋହୂ। ରାୟଗଡା ଜିଲ୍ଲା ବିଷମକଟକ ଥାନା ଠଙ୍ଗପଡ଼ା ଗାଁରେ ଘଟିଛି ଏହି ଅଘଟଣ । ମୃତକଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା ସୂଚନାଯୋଗ୍ୟ, ଇଲେକ୍ଟ୍ରି ବୋର୍ଡରୁ ଆସିଥିବା ତାର ଡାଉଣୀଙ୍କ ଘର ଭିତରେ ଏକ କବାଟରେ ଚାର୍ଜ ହୋଇ ଯାଇଥିଲା ।  ଆଜି ସକାଳେ  ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। […]

shock

Niharika Rout
  • Published: Saturday, 10 October 2020
  • , Updated: 10 October 2020, 11:07 AM IST

ରାୟଗଡ଼ା(ମନୋଜ ପାତ୍ର): ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଶ୍ୱଶୁର ଓ ବୋହୂ। ରାୟଗଡା ଜିଲ୍ଲା ବିଷମକଟକ ଥାନା ଠଙ୍ଗପଡ଼ା ଗାଁରେ ଘଟିଛି ଏହି ଅଘଟଣ । ମୃତକଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା

ସୂଚନାଯୋଗ୍ୟ, ଇଲେକ୍ଟ୍ରି ବୋର୍ଡରୁ ଆସିଥିବା ତାର ଡାଉଣୀଙ୍କ ଘର ଭିତରେ ଏକ କବାଟରେ ଚାର୍ଜ ହୋଇ ଯାଇଥିଲା ।  ଆଜି ସକାଳେ  ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଚିତ୍କାର କରିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବୋହୂ ସୁମିତ୍ରା  ମଧ୍ୟ ବିଦ୍ୟୁତ୍‌ ଆଘାତ ପାଇଥିଲେ।

ଉଭୟ ଶ୍ୱଶୁର ଓ ବୋହୂଙ୍କୁ  ଗୁରୁତର ଅବସ୍ଥାରେ ବିଷମକଟକ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ସୁମିତ୍ରା ୪-୫ ମାସର ଗର୍ଭବତୀ ଥିଲେ।

Related story