ଶୋଇଥିବା ପୁଅକୁ ଉଠାଇ ଟାଙ୍ଗିଆରେ ହାଣିଲା ବାପା

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ମଦ ନିଶାରେ ଚୂର ବାପା ଭୁଲିଗଲା ହିତାହିତ ଜ୍ଞାନ। ଶୋଇଥିବା ପୁଅକୁ ଉଠାଇ ଟାଙ୍ଗିଆରେ ହାଣିଦେଲା। ଘଟଣାସ୍ଥଳରେ ପୁଅର ଜୀବନ ଚାଲି ଯାଇଥିବା ବେଳେ ନିଶା କମିବା ପରେ ବାପା ମୁଣ୍ଡରେ ଚଡ଼କ ପଡ଼ିଲା। ଶେଷରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି ବାପା । ଏପରି କାଣ୍ଡ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଅନନ୍ତପିଛୁଳା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ମୃତକ ହେଲେ ୩୨ ବର୍ଷୀୟ ଗୋଳବଦନ ପାତ୍ର। […]

attack

Niharika Rout
  • Published: Wednesday, 18 May 2022
  • , Updated: 18 May 2022, 09:56 AM IST

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ମଦ ନିଶାରେ ଚୂର ବାପା ଭୁଲିଗଲା ହିତାହିତ ଜ୍ଞାନ। ଶୋଇଥିବା ପୁଅକୁ ଉଠାଇ ଟାଙ୍ଗିଆରେ ହାଣିଦେଲା। ଘଟଣାସ୍ଥଳରେ ପୁଅର ଜୀବନ ଚାଲି ଯାଇଥିବା ବେଳେ ନିଶା କମିବା ପରେ ବାପା ମୁଣ୍ଡରେ ଚଡ଼କ ପଡ଼ିଲା। ଶେଷରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି ବାପା । ଏପରି କାଣ୍ଡ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଅନନ୍ତପିଛୁଳା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ମୃତକ ହେଲେ ୩୨ ବର୍ଷୀୟ ଗୋଳବଦନ ପାତ୍ର। ଏହି ଘଟଣାରେ ପୁଲିସ୍‌ ତାଙ୍କ ବାପା ମୁଚି ପାତ୍ରଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଗୋଳବଦନ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ତାଙ୍କ ବାପା ମୁଚି ପାତ୍ର ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ସେ ପୁଅ ଗୋଳବଦନଙ୍କୁ ଉଠାଇ   ବଚସା କରିଥିଲେ।  ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ଉତ୍ତ୍ୟକ୍ତ ହୋଇପଡ଼ିଥିବା  ଗୋଳବଦନ ବାପାଙ୍କୁ ଚାପୁଡ଼ା ମାରିଥିଲେ। ଫଳରେ ହିତାହିତା ଜ୍ଞାନ ଭୁଲି ବସିଥିଲେ ମୁଚି ପାତ୍ର।

ଏହାପରେ ଘରେ ପଡ଼ିଥିବା ଏକ ଟାଙ୍ଗିଆରେ ସେ ପୁଅକୁ ଚୋଟ ମାରିଥିଲେ। ଘଟଣାସ୍ଥଳରେ ହିଁ ଗୋଳବଦନ ଆଖି ବୁଜିଥିଲେ। ନିଶା କମିବା ପରେ  ନିଜ ଭୁଲ୍‌ ବୁଝିପାରି ମୁଚି ଆଜି ସକାଳେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବ ବୋଲି ଜଣାଯାଇଛି। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ ।

Related story