ଦିବ୍ୟାଙ୍ଗ ପିଲା ପାଲଟିଲା ବୋଝ; ତଣ୍ଟି ଚିପିଦେଲେ ବାପା, ସାବତମା’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗ ପୁଅ ସାଜିଲା ବୋଝ। ତାକୁ ରାସ୍ତାର କଣ୍ଟା ଭାବିଲା ବାପା । ଏପରିକି ସାବତ ମା’ ସହ ମିଶି ଜୀବନରୁ ମାରିବାକୁ ଯୋଜନା ବି ପ୍ରସ୍ତତ କଲେ। ଶେଷରେ ତଣ୍ଟି  ଚିପି ପିଲାଟିର ହତ୍ୟା କରି ଜୋରରେ ଫୋପାଡ଼ି ଦେଲେ। ଏଭଳି ଅଭାବନୀୟ କାଣ୍ଡ ଗତକାଲି ବାଲେଶ୍ୱର ଜିଲ୍ଲା ସିଜୁଆଡି ଗାଁରେ ଘଟିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫଦ୍ୱୟ ହେଲେ ଗଣେଶ ଜେନା ଓ ତାଙ୍କ ଦ୍ୱିତୀୟ ପତ୍ନୀ […]

murder

  • Published: Saturday, 06 August 2022
  • , Updated: 06 August 2022, 12:26 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗ ପୁଅ ସାଜିଲା ବୋଝ। ତାକୁ ରାସ୍ତାର କଣ୍ଟା ଭାବିଲା ବାପା । ଏପରିକି ସାବତ ମା’ ସହ ମିଶି ଜୀବନରୁ ମାରିବାକୁ ଯୋଜନା ବି ପ୍ରସ୍ତତ କଲେ। ଶେଷରେ ତଣ୍ଟି  ଚିପି ପିଲାଟିର ହତ୍ୟା କରି ଜୋରରେ ଫୋପାଡ଼ି ଦେଲେ। ଏଭଳି ଅଭାବନୀୟ କାଣ୍ଡ ଗତକାଲି ବାଲେଶ୍ୱର ଜିଲ୍ଲା ସିଜୁଆଡି ଗାଁରେ ଘଟିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫଦ୍ୱୟ ହେଲେ ଗଣେଶ ଜେନା ଓ ତାଙ୍କ ଦ୍ୱିତୀୟ ପତ୍ନୀ ପୂଜା ଜେନା ।

ବାଲେଶ୍ୱର ଜିଲ୍ଲା ଚାନ୍ଦମାରିରେ ଭଡ଼ାରେ ରହୁଥିଲେ ଗଣେଶ ଓ ତାଙ୍କ ପତ୍ନୀ ପୂଜା । ଗଣେଶ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ଏକ ୧୨ ବର୍ଷର ପୁଅ ଅଛି। ସେ କିନ୍ତୁ ଜନ୍ମରୁ ଭିନ୍ନକ୍ଷମ । ଏହି ପୁଅ ଗଣେଶ ଓ  ପୂଜାଙ୍କ ନିକଟରେ ରହୁଥିବା ବେଳେ ତାକୁ କିନ୍ତୁ ଉଭୟ ସହ୍ୟ କରିପାରୁ ନ ଥିଲେ। ପିଲାଟି ଦିବ୍ୟାଙ୍ଗ ହୋଇଥିବାରୁ ତାକୁ ଉଭୟ ବୋଝ ବୋଲି ଭାବୁଥିଲେ।

ଗତକାଲି ପିଲାଟିକୁ ନ ପାଇ ପରିବାରର ଅନ୍ୟ ସଦସ୍ୟ ପୁଅ କୁଆଡ଼େ ଗଲା ବୋଲି ପଚାରିଥିଲେ। ତାକୁ ଭୁବନେଶ୍ୱରରେ ଛାଡ଼ି ଆସିଛି, ସେଠାରେ ସେ ଭଲରେ ଅଛି ବୋଲି କହିଥିଲେ ଗଣେଶ। ମାତ୍ର ପରିବାର ଲୋକେ ଏହାକୁ ଭରସା କରିପାରି ନ ଥିଲେ।

ବହୁ ଖୋଜାଖୋଜି ପରେ ସହର ଉପକଣ୍ଠରେ ଥିବା ନୁନିଆଯୋଡି ପୋଲ ତଳେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ମୃତଦେହ ଦିବ୍ୟାଙ୍ଗ ପିଲାଟିର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଏପରିକି ଉଭୟ ଗଣେଶ ଓ ପୂଜା ପିଲାଟିର ତଣ୍ଟି ଚିପି ତାକୁ ଘରେ ହତ୍ୟା କରିବା ପରେ ପୋଲ ତଳକୁ ଫିଙ୍ଗି ଦେଇଥିବା ସହଦେବଖୁଣ୍ଟ। ଥାନାରେ ତା’ ଜେଜେମା ଓ ପିଉସୀ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଗଣେଶ ଓ ପୂଜାଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିଲା। ଏହାପରେ ଉଭୟଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ହେଲେ ମୃତ ଶିଶୁର ସାବତ ମା’ ଏହାକୁ ଅସ୍ୱୀକାର କରିଛନ୍ତି। ଏନେଇ ସେ କହିଛନ୍ତି, ମୁଁ କିଛି ଜାଣିନି। ମୋ ସ୍ୱାମୀ ଛୁଆକୁ ନେଇ କୁଆଡ଼େ ଚାଲି ଯାଇଥିଲେ। ଏକୁଟିଆ ଫେରିଲେ। ପଚାରିବାରୁ ଛୁଆକୁ ଭୁବନେଶ୍ୱରରେ ଛାଡ଼ିକି ଆସିଲି ବୋଲି କହିଲେ।

ଏ ସମ୍ପର୍କରେ ମୃତ ନାବାଳକର ପିଉସୀ କହିଛନ୍ତି,  ସେମାନେ ପିଲାକୁ ରଖିପାରିବେନି ବୋଲି କହିଲେ । ସେଥିପାଇଁ ତାକୁ ମାରିଦେଲେ। ଏହା ପଛରେ ମୋ ଭାଇ, ତା ଦ୍ୱିତୀୟ ପତ୍ନୀ ପୂଜା ଓ ପୂଜାର ବାପାମା’ ସାମିଲ ଅଛନ୍ତି।

Related story