ଅପେକ୍ଷା କରି କରି ଶୁଦ୍ଧିକ୍ରିୟା କରିଦେଲେ, ୨୬ ବର୍ଷ ପରେ ଫେରିଲେ ବାପା

କଟକ(ଓଡ଼ିଶା ରିପୋର୍ଟର): ପୁଅର ହାତ ଧରି ବାଟ ଚଲାଇବା ବୟସରେ ହାତ ଛାଡ଼ି ଦୂର ରାଇଜକୁ ଚାଲିଗଲା ବାପା। ୨ ପୁଅଙ୍କ ସମେତ ପରିବାର ଲୋକେ ଅନାଇ ଅନାଇ ନିରାଶ ହେଲେ । ମିଳିଲାନି ଖୋଜଖବର। ଆଖିର ଲୁହ ଆଖିରେ ଶୁଖିଲା। ଦୀର୍ଘ ବର୍ଷ ବାପା ନିଖୋଜ ହେବାରୁ ବାଧ୍ୟ ହୋଇ ପୁଅମାନେ ତାଙ୍କ ଶୁଦ୍ଧିକ୍ରିୟା ବି କରିଦେଲେ। ମାତ୍ର  ଶୁଦ୍ଧିକ୍ରିୟା ସାରିବାର ୨ ବର୍ଷ ନ ପୁରୁଣୁ ବାପା ଜୀବିତ ଥିବା ଖବର ମିଳିଲା। ଆଉ […]

image

image

Niharika Rout
  • Published: Wednesday, 13 July 2022
  • Updated: 13 July 2022, 09:44 AM IST

କଟକ(ଓଡ଼ିଶା ରିପୋର୍ଟର): ପୁଅର ହାତ ଧରି ବାଟ ଚଲାଇବା ବୟସରେ ହାତ ଛାଡ଼ି ଦୂର ରାଇଜକୁ ଚାଲିଗଲା ବାପା। ୨ ପୁଅଙ୍କ ସମେତ ପରିବାର ଲୋକେ ଅନାଇ ଅନାଇ ନିରାଶ ହେଲେ । ମିଳିଲାନି ଖୋଜଖବର। ଆଖିର ଲୁହ ଆଖିରେ ଶୁଖିଲା। ଦୀର୍ଘ ବର୍ଷ ବାପା ନିଖୋଜ ହେବାରୁ ବାଧ୍ୟ ହୋଇ ପୁଅମାନେ ତାଙ୍କ ଶୁଦ୍ଧିକ୍ରିୟା ବି କରିଦେଲେ। ମାତ୍ର  ଶୁଦ୍ଧିକ୍ରିୟା ସାରିବାର ୨ ବର୍ଷ ନ ପୁରୁଣୁ ବାପା ଜୀବିତ ଥିବା ଖବର ମିଳିଲା। ଆଉ ୨୬ ବର୍ଷ ପରେ ହେଲା ବାପପୁଅଙ୍କ ଅପୂର୍ବ ମିଳନ । ମାନସିକ ଭାରସାମ୍ୟ ହରାଇ ବସିଥିବା ବାପା ଏବେବି ଭାବୁଛି ପୁଅ ମୋର ସ୍କୁଲ ଯାଇଛି। ଏପରି ହୃଦୟସ୍ପର୍ଶୀ ଘଟଣା କଟକ ସଦର ଥାନା ସଇନ୍ଦା ବାଲିସାହିରେ ଘଟିଛି।

କଟକ ସଦର ଥାନା ସଇନ୍ଦା ବାଲିସାହିର ସ୍ୱପ୍ନେଶ୍ୱର ଦାସ ଆଜିକୁ ୨୬ ବର୍ଷ ତଳେ ମାନସିକ ଭାରସାମ୍ୟ ହରାଇ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଆଶା ଛାଡିଦେଇଥିଲେ  ।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ନିଖୋଜ ହେବାର ୧୨ ବର୍ଷ ପରେ ଶୁଦ୍ଧିକ୍ରିୟା କରିବାର ନିୟମ ଥିବା ବେଳେ ସ୍ୱପ୍ନେଶ୍ୱରଙ୍କ ପରିବାର କିନ୍ତୁ ଆଶା ଛାଡ଼ି ପାରୁ ନ ଥିଲେ। ହେଲେ ୨୪ ବର୍ଷ ପର୍ଯ୍ୟନ୍ତ କୌଣସି ପତ୍ତା ନ ମିଳିବାରୁ ଶେଷରେ ଶୁଦ୍ଧିକ୍ରିୟା କଲେ।

ବାପା ବଞ୍ଚିଥିବା ଆଶା ସମସ୍ତେ ଛାଡ଼ି ଦେଇଥିଲେ । ମାତ୍ର  କିଛି ଦିନ ପୂର୍ବରୁ ରାଜସ୍ଥାନରୁ ଆସିଥିବା ଏକ କଲ୍ ପରିବାରର ସମସ୍ତଙ୍କ ମୁହଁରେ ହସ ଫୁଟାଇଦେଲା। ମରିଯାଇଥିବା ଆଶା ପୁଣି ଥରେ ବଞ୍ଚି ଉଠିଲା । ଅପରପାର୍ଶ୍ୱରୁ ଜଣେ ବୃଦ୍ଧଙ୍କ ଫଟୋ ଆସିଥିବା ବେଳେ ସେ ହିଁ ମୋ’ ବାପା ବୋଲି ଚିହ୍ନିଦେଲେ  ସ୍ୱପ୍ନେଶ୍ୱରଙ୍କ ପୁଅ । ଏହାପରେ ନିଜର ଜଣେ ବନ୍ଧୁଙ୍କ ସହ ରାଜସ୍ଥାନ ବାହାରିଲେ ସ୍ୱପ୍ନେଶ୍ୱରଙ୍କ ପୁଅ। ସେଠାରୁ ସେମାନେ ସ୍ୱପ୍ନେଶ୍ୱରଙ୍କୁ ଧରି କଟକରେ ପହଞ୍ଚିଛନ୍ତି।

ଏନେଇ ସ୍ୱପ୍ନେଶ୍ୱରଙ୍କ ପୁଅ କହିଛନ୍ତି, ଆମେ ଚାରିଆଡ଼େ ବାପାଙ୍କୁ ଖୋଜି ବୁଲୁଥିଲୁ। ହେଲେ ଜୁନ ୮ ତାରିଖରେ ଏକ କଲ୍‌ ଓ ଫଟୋ ଆସିଥିବା ବେଳେ  ଉକ୍ତ ଫଟୋ ବାପାଙ୍କର ବୋଲି ଜାଣିଲି। ଏହାପରେ ବାପାଙ୍କୁ ଆଣିବାକୁ  ଜୁଲାଇ ୭ରେ ଘରୁ ବାହାରିଲୁ। ୯ ତାରିଖରେ ସେଠାରେ ପହଞ୍ଚିଲୁ।  ସେଠାରେ ବାପାକୁ ଦେଖି ନିଜ କୋହକୁ ରୋକି ପାରିଲିନି । ଏହାପରେ ୧୧ ସକାଳେ ମଥୁରାରୁ ହାଓଡ଼ା ଓ ହାଓଡ଼ାକୁ କଟକ ଆସିଲୁ।

ସୂଚନା ଅନୁଯାୟୀ, ୨୦୨୧ ମସିହାରେ ତାମିଲନାଡ଼ୁର ଏକ ସଂସ୍ଥା ୧୨୪ ଜଣଙ୍କୁ ଆଣି ରାଜସ୍ଥାନର ଏକ ଏନଜିଓରେ ଛାଡ଼ିଥିଲା। ସେମାନଙ୍କ ମଧ୍ୟରେ ସ୍ୱପ୍ନେଶ୍ୱର ଥିବା ବେଳେ ସେ କିନ୍ତୁ ନିଜ ପରିଚୟ ଦେଇ ପାରୁ ନ ଥିଲେ। ଥରେ ହଠାତ୍‌ ତାଙ୍କ ପାଟିରୁ ବାଲିସାହି ବୋଲି ବାହାରିଥିଲା। ଏହାପରେ ଖୋଜାଖୋଜି କରି ଉକ୍ତ ଅଞ୍ଚଳରେ କଟକରେ ଥିବା ଜଣାପଡ଼ିଥିଲା। ଏହାପରେ ବହୁ ଖୋଜାଖୋଜି ପରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା।  ଫଳରେ ଦୀର୍ଘ ୨୬ ବର୍ଷ ପରେ ନିଜ ଘରକୁ ବାହୁଡ଼ିଛନ୍ତି ସ୍ୱପ୍ନେଶ୍ୱର । ଏବେବି ତାଙ୍କ ମାନସିକ ସନ୍ତୁଳନ ଠିକ୍‌ ନ ଥିବା ଜଣାଯାଇଛି।

https://youtu.be/0qgC2az5SCA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story