ଗଛରେ ପିଟି ହେଲା ବାଇକ୍‌, ଆଖି ବୁଜିଲେ ବାପ ପୁଅ

କାମାକ୍ଷାନଗର(ବିଦ୍ୟାଧର ବରାଳ):  କାମାକ୍ଷାନଗର-ବିଜାଡିହ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣାରେ ବାପ ପୁଅ ଆଖି ବୁଜିଛନ୍ତି। ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ମୃତକଦ୍ୱୟ ହେଲେ ପରଜଙ୍ଗ ଅଞ୍ଚଳର ବୃନ୍ଦାବନପୁର ଗ୍ରାମ ରମଣୀ ରଞ୍ଜନ ମଲ୍ଲିକ(୫୨) ଓ ପୁଅ ସୁବ୍ରତ କୁମାର ମଲ୍ଲିକ। ବାପାଙ୍କ ମେଡିକାଲ ଚେକଅପ୍‌ ପାଇଁ ଆଜି ସକାଳେ ସୁବ୍ରତ ବାଇକ୍‌ରେ ରମଣୀଙ୍କୁ ନେଇ କଟକ  ଅଭିମୁଖେ ଯାଉଥିଲେ । ମାତ୍ର ବିଜାଡିହ ନିକଟ […]

accidenty

Niharika Rout
  • Published: Thursday, 10 December 2020
  • , Updated: 10 December 2020, 12:22 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ):  କାମାକ୍ଷାନଗର-ବିଜାଡିହ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣାରେ ବାପ ପୁଅ ଆଖି ବୁଜିଛନ୍ତି। ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ମୃତକଦ୍ୱୟ ହେଲେ ପରଜଙ୍ଗ ଅଞ୍ଚଳର ବୃନ୍ଦାବନପୁର ଗ୍ରାମ ରମଣୀ ରଞ୍ଜନ ମଲ୍ଲିକ(୫୨) ଓ ପୁଅ ସୁବ୍ରତ କୁମାର ମଲ୍ଲିକ।

ବାପାଙ୍କ ମେଡିକାଲ ଚେକଅପ୍‌ ପାଇଁ ଆଜି ସକାଳେ ସୁବ୍ରତ ବାଇକ୍‌ରେ ରମଣୀଙ୍କୁ ନେଇ କଟକ  ଅଭିମୁଖେ ଯାଉଥିଲେ । ମାତ୍ର ବିଜାଡିହ ନିକଟ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟ ବାପ ପୁଅଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।

Related story