ଝିଅକୁ କପି ଯୋଗାଉଥିଲେ ବାପା, ପୁଲିସ ପିଟି ନାକ ଫଟାଇ ଦେଲା!

କାମାକ୍ଷାନଗର(ବିଦ୍ୟାଧର ବରାଳ): ଝିଅ ଦେଉଛି ମ୍ୟାଟ୍ରିକ୍‌ ପରୀକ୍ଷା। ଆଉ ଝରକା ଦେଇ ବାପା ଯୋଗାଉଥିଲା କପି! ଏହା ଦେଖି ପୁଲିସ ତାଙ୍କୁ ମାଡ଼ ମାରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲାରୁ ଆସିଛି। ତେବେ ମାଡ଼ ମାରିବା ଅଭିଯୋଗକୁ ପୁଲିସ ଖଣ୍ଡନ କରିଛି। ମାଡ଼ ନୁହେଁ, ପାଚେରି ଡେଇଁ ଦୌଡ଼ି ପଳାଇ ଗଲା ବେଳେ ମୁହଁମାଡ଼ି ପଡ଼ିଯିବାରୁ ତାଙ୍କ ନାକ ଫାଟି ଯାଇଥିବା ପୁଲିସ କହିଛି। ସେହିପରି ଅନ୍ୟ ଏକ ପରୀକ୍ଷା […]

kamakhayanager

Manoranjan Sial
  • Published: Saturday, 22 February 2020
  • , Updated: 22 February 2020, 05:23 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଝିଅ ଦେଉଛି ମ୍ୟାଟ୍ରିକ୍‌ ପରୀକ୍ଷା। ଆଉ ଝରକା ଦେଇ ବାପା ଯୋଗାଉଥିଲା କପି! ଏହା ଦେଖି ପୁଲିସ ତାଙ୍କୁ ମାଡ଼ ମାରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲାରୁ ଆସିଛି। ତେବେ ମାଡ଼ ମାରିବା ଅଭିଯୋଗକୁ ପୁଲିସ ଖଣ୍ଡନ କରିଛି। ମାଡ଼ ନୁହେଁ, ପାଚେରି ଡେଇଁ ଦୌଡ଼ି ପଳାଇ ଗଲା ବେଳେ ମୁହଁମାଡ଼ି ପଡ଼ିଯିବାରୁ ତାଙ୍କ ନାକ ଫାଟି ଯାଇଥିବା ପୁଲିସ କହିଛି। ସେହିପରି ଅନ୍ୟ ଏକ ପରୀକ୍ଷା କେନ୍ଦ୍ରରେ କପି ଯୋଗାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ପୂରା ଘଟଣା ଏମିତି। ଗଡ଼ପଳାଶୁଣୀ ବାପୁଜୀ ବିଦ୍ୟା ପୀଠ କେନ୍ଦ୍ରରେ ଡମ୍ୱରୁ ସାହୁଙ୍କ ଝିଅ ଆଜି ପରୀକ୍ଷା ଦେଉଥିଲେ। ଝିଅ କ୍ଲାସରେ ବସି ପରୀକ୍ଷା ଦେଉଥିବା ବେଳେ ଡମ୍ୱରୁ ପାଚେରୀ ଡେଇଁ ଆସି କପି ଯୋଗାଉଥିବା ଅଭିଯୋଗ ହୋଇଛି। ଏହି ସମୟରେ ପରୀକ୍ଷା କେନ୍ଦ୍ର ଦାୟୀତ୍ୱରେ ଥିବା ପୁଲିସ ତାଙ୍କୁ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଡମ୍ୱରୁଙ୍କ ନାକ ଫାଟି ଯାଇଥିଲା। ପୁଲିସ ତାଙ୍କୁ ଉଦ୍ଧାର କରି ପର୍ଜଙ୍ଗ ମେଡିକାଲ୍‌ରେ ଭର୍ତ୍ତି କରିଛି।

ତେବେ ଡମ୍ୱରକୁ ହୋଇଥିବା ମାଡ଼କୁ ପୁଲିସ ଖଣ୍ଡନ କରିଛି। ପୁଲିସ କହିଛି, ଡମ୍ୱରୁ ତରତର ହୋଇ ପାଚେରୀ ଡେଇଁ ଯାଉଥିବା ବେଳେ ମୁହଁମାଡି ତଳେ ପଡ଼ି ଯାଇଥିଲା। ଯେଉଁଥିପାଇଁ ତାଙ୍କ ନାକରେ କ୍ଷତ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ପାଚେରୀ ଡେଇଁ କପି ଯୋଗାଇବାକୁ ଡମ୍ୱରୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ପାଚେରୀ ଉପରେ ବସିଥିବା ବେଳେ ପୁଲିସ ମୋତେ ଟାଣି ଆଣି ମାଡ଼ ମାରି ନାକ ଫଟାଇ ଦେଇଛି।

ସେହିପରି ଅନ୍ୟ ଏକ ଘଟଣା ବିରିବୁଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି। ଏଠାରେ ପରୀକ୍ଷା ଚାଲିଥିବା ବେଳେ ଅଭିଭାବକମାନେ ପାଚେରୀ ଡେଇଁ ପିଲାମାନଙ୍କୁ କପି ଯୋଗାଉଥିଲେ। ଏହା ଦେଖି ପରୀକ୍ଷା କେନ୍ଦ୍ର ସୁରକ୍ଷା ଦାୟୀତ୍ୱ ଥିବା ପୁଲିସ ସେମାନଙ୍କୁ ଘଉଡାଇ ଦେଇଥିଲା। ଏହା ସତ୍ତ୍ୱେ ଅଭିଭାବକମାନେ କପି ଯୋଗାଉଥିଲେ। ପରେ କେତେକ ସ୍ଥାନୀୟ ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ଯାହାକୁ ନେଇ ପରୀକ୍ଷା କେନ୍ଦ୍ରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନାରୁ ପ୍ରକାଶ, ମ୍ୟାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ପାଇଁ ସରକାର କେତେ କଣ ଯୋଜନା ପ୍ରଣୟନ କରୁଛନ୍ତି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହିତ ହଲ୍‌ ଭିତରକୁ କ୍ୟାମେରା ବା ମୋବାଇ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥିଲା। ଏପରିକି କରୀକ୍ଷା କେନ୍ଦ୍ର ଭିତରକୁ ଅଭିଭାବକଙ୍କ ପ୍ରବେଶ ଉପରେ ମଧ୍ୟ ରୋକ ରହିଥିଲା। ଏହା ସତ୍ତ୍ୱେ ଅଭିଭାବକମାନେ ପାଚେରୀ ଡେଇଁ ଝରକାରେ କପି ଯୋଗାଉଥିଲେ। ଯାହାକୁ ନେଇ ଶିକ୍ଷାବିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related story