ଘାରିଛି କୁମ୍ଭୀର ଭୟ, ଚିନ୍ତାରେ ନଦୀ କୂଳିଆ ଲୋକେ

ଆଳି(ବନମାଳି ସାହୁ): ନଦୀରେ କୁମ୍ଭୀର ଭୟ। କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ଯେକୌଣସି ନଦୀକୁ ପଶିଲା ମାତ୍ରେ ଲୋକଙ୍କୁ କୁମ୍ଭୀର ଭୟ ଘାରୁଛି। ଏଥିପାଇଁ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେଳେ କୁମ୍ଭୀର ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ଲୋକଙ୍କ ଆକ୍ରମଣରେ କୁମ୍ଭୀରଙ୍କ ମୃତ୍ୟୁ ହେଉଛି। ସ୍ଥାନୀୟ ଅଞ୍ଚଳରେ ଲଗାତାର ଭାବେ ଏଭଳି ସ୍ଥିତି ଦେଖାଦେଉଛି। ବର୍ଷକ ଭିତରେ କୁମ୍ଭୀର ଆକ୍ରମଣରେ ୧୨ଜଣ ଲୋକଙ୍କ […]

crocodile

Manoranjan Sial
  • Published: Saturday, 03 August 2019
  • , Updated: 03 August 2019, 05:57 PM IST

ଆଳି(ବନମାଳି ସାହୁ): ନଦୀରେ କୁମ୍ଭୀର ଭୟ। କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ଯେକୌଣସି ନଦୀକୁ ପଶିଲା ମାତ୍ରେ ଲୋକଙ୍କୁ କୁମ୍ଭୀର ଭୟ ଘାରୁଛି। ଏଥିପାଇଁ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେଳେ କୁମ୍ଭୀର ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ଲୋକଙ୍କ ଆକ୍ରମଣରେ କୁମ୍ଭୀରଙ୍କ ମୃତ୍ୟୁ ହେଉଛି। ସ୍ଥାନୀୟ ଅଞ୍ଚଳରେ ଲଗାତାର ଭାବେ ଏଭଳି ସ୍ଥିତି ଦେଖାଦେଉଛି।

ବର୍ଷକ ଭିତରେ କୁମ୍ଭୀର ଆକ୍ରମଣରେ ୧୨ଜଣ ଲୋକଙ୍କ ପ୍ରାଣ ଯାଇଛି। ସେହିଭଳି ଲୋକଙ୍କ ଆକ୍ରମଣରେ ୫ଟି କୁମ୍ଭୀରଙ୍କ ମୃତ୍ୟୁ ହୋଇଛି। ତେବେ ଗତ ମାସରେ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ପ୍ରାଣ ହରାଇବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ନଦୀ ତୁଠରେ ବାଡ଼ା ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ନଦୀ ତୁଠରେ ବାଡ଼ା ନଥିବାରୁ ନିୟମିତ ଅଘଟଣ ଘଟୁଥିବା ଅଭିଯୋଗ ହେଉଛି। ବାରମ୍ବାର ବନ ବିଭାଗକୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସେପଟେ ବାରମ୍ବାର କୁମ୍ଭୀରଙ୍କୁ ଆକ୍ରମଣ ପରେ ଭିତରକନିକା ଅଭୟାରଣ୍ୟରେ କୁମ୍ଭୀରଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏଥିପ୍ରତି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

Related story