କଟକ-ଭୁବନେଶ୍ୱରରେ ବଢ଼ୁଛି ଡେଙ୍ଗୁ ଭୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱର ଦୈତନଗରୀରେ ଡେଙ୍ଗୁ ଭୟ । ଦ୍ରୁତ ବେଗରେ ଜ୍ୱର ବ୍ୟାପୁଥିବାରୁ ଛାନିଆ।  ମହାନଗରବାସୀ ରାଜଧାନୀରେ ରୋଗୀଙ୍କ ସଂଖ୍ୟା ହୁ ହୁ ବଢିବା ସହ ମାତ୍ର କେଇ ଦିନରେ ୫ ଶହ ଟପିଲାଣି । ଉଦବେଗର ବିଷୟ, ବସ୍ତି କିମ୍ବା ସହରତଳି ଅଞ୍ଚଳରେ ନୁହଁ ରାଜଧାନୀର ସଂଭ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ଓ କଳ୍ପନା ଅଞ୍ଚଳରେ ଡେଙ୍ଗୁର ପ୍ରକୋପ ଅଧିକ ରହିଛି । ଏହାକୁ ନେଇ ବିଏମସି ଉପରେ ଅସନ୍ତୋଷ […]

dengu-1..

Tapas Behera
  • Published: Saturday, 31 July 2021
  • , Updated: 31 July 2021, 09:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱର ଦୈତନଗରୀରେ ଡେଙ୍ଗୁ ଭୟ । ଦ୍ରୁତ ବେଗରେ ଜ୍ୱର ବ୍ୟାପୁଥିବାରୁ ଛାନିଆ।  ମହାନଗରବାସୀ ରାଜଧାନୀରେ ରୋଗୀଙ୍କ ସଂଖ୍ୟା ହୁ ହୁ ବଢିବା ସହ ମାତ୍ର କେଇ ଦିନରେ ୫ ଶହ ଟପିଲାଣି । ଉଦବେଗର ବିଷୟ, ବସ୍ତି କିମ୍ବା ସହରତଳି ଅଞ୍ଚଳରେ ନୁହଁ ରାଜଧାନୀର ସଂଭ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ଓ କଳ୍ପନା ଅଞ୍ଚଳରେ ଡେଙ୍ଗୁର ପ୍ରକୋପ ଅଧିକ ରହିଛି । ଏହାକୁ ନେଇ ବିଏମସି ଉପରେ ଅସନ୍ତୋଷ ଝାଡ଼ିଛନ୍ତି ରାଜଧାନୀ ବାସିନ୍ଦା ।  ନାଳ-ନର୍ଦ୍ଦମା ସଫା, ଘାସ, ଲଟା ଓ ବୁଦା କଟେଇ ସାଙ୍ଗକୁ ରାସ୍ତାଘାଟ ଠିକରେ ପରିସ୍କାର ହେଉନଥିବାରୁ ଡେଙ୍ଗୁର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ଅଭିଯୋଗ ହେଉଛି।  ତେବେ ଜ୍ୱର ବ୍ୟାପିଥିବା ଅଞ୍ଚଳକୁ ଫୋକସ କରି ସଫେଇ ଓ ମଶାମରା ଅଭିଯାନକୁ ଜୋରଦାର କରାଯାଇଛି । ତାସହିତ ଡେଙ୍ଗୁ ରୋଗ ସଂପର୍କରେ ଲୋକଙ୍କୁ ସଚେତନ ବି କରାଯାଉଛି । ଡେଙ୍ଗୁ ମଶା ପରିଷ୍କାର ପାଣିରେ ବଂଶ ବିସ୍ତାର କରିବା ସହ ଦିନରେ କାମୁଡୁ ଥିବାରୁ ନିଜ ପରିବେଶ ପ୍ରତି ନିଜେ ସଚେତନ ରହିବାକୁ ପରାମର୍ଶ ଦେଇଛି ବିଏମସି।

ଭୁବନେଶ୍ୱର ଭଳି କଟକରେ ବଢିଲାଣି ଡେଙ୍ଗୁ ଭୟ।  ସହରରେ ୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି । ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ପ୍ରଥମେ ସଜାଡିବାର ଆବଶ୍ୟକତା ରହିଛି । ସିଏମସି ସହରର ନିୟମିତ ସଫେଇ ସାଙ୍ଗକୁ ମଶା ତେଲ ସିଞ୍ଚନ କରୁନଥିବା ଅଭିଯୋଗ ଉଠିଛି । ତେବେ ରୋଗୀ ଚିହ୍ନଟ ହୋଇଥିବା ତୁଳସୀପୁର, ଶଙ୍କରପୁର ଓ ମଙ୍ଗଳାବାଗ ଓ ଜଗତପୁର ଅଞ୍ଚଳରେ ଡେଙ୍ଗୁ ପଜଟିଭ୍ ଚିହ୍ନଟ ହୋଇଥିବାରୁ ଏଠାରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେହିପରି ସ୍ଥିତି ମୁକାବିଲା ଲାଗି ଏସ୍‌ସିବିରେ ୩୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଓ୍ୱାର୍ଡ ପ୍ରସ୍ତୁତ ରଖାଯାଇଛି।

କେବଳ ଦୁଇ ମହାନଗରୀରେ ସୀମିତ ରହିନି ଡେଙ୍ଗୁ । କୋରାପୁଟ ବନ୍ଧୁଗାଁ ବ୍ଲକରେ ଗତ ୩ ସପ୍ତାହ ମଧ୍ୟରେ ୧୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଥିରୁ ରାଜ୍ୟର ଅନ୍ୟ ସ୍ଥାନରେ ବି ଡେଙ୍ଗୁ ଜ୍ୱର କାୟା ବିସ୍ତାର କରୁଥିବା ସ୍ପଷ୍ଟ ହୋଇଛି।

Related story