ଆସୁଛି ଲଘୁଚାପ, ଅଗଷ୍ଟ ୭ ଯାଏ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗ ଉପରେ ଏକ କ୍ଷୀଣ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେହିପରି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣବଳୟ ମଧ୍ୟ ରହିଛି। ଏହାର ପ୍ରଭାବରେ ରାଜ୍ୟ ତମାମ ବର୍ଷା ଲାଗି ରହିଛି। ତେବେ ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେହିପରି ୭ ତାରିଖ ଯାଏ ସମଗ୍ର ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ଆଜି ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। […]

hk

Hemant Lenka
  • Published: Saturday, 03 August 2019
  • , Updated: 03 August 2019, 06:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗ ଉପରେ ଏକ କ୍ଷୀଣ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେହିପରି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣବଳୟ ମଧ୍ୟ ରହିଛି।

ଏହାର ପ୍ରଭାବରେ ରାଜ୍ୟ ତମାମ ବର୍ଷା ଲାଗି ରହିଛି। ତେବେ ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେହିପରି ୭ ତାରିଖ ଯାଏ ସମଗ୍ର ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ଆଜି ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, “ଦକ୍ଷିଣ ଚାଇନା ସାଗର ଉପରେ ରହିଥିବା ଗଭୀର ଅବପାତ ଦୁର୍ବଳ ହୋଇ ବଙ୍ଗୋପସାଗର ଆଡ଼କୁ ଗତି କରିବ। ବର୍ତ୍ତମାନ ଏହା ମିଆଁମାର ଓ ବାଂଲାଦେଶ ଦେଇ ଧୀରେଧୀରେ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି। ଏହା ଲଘୁଚାପର ରୂପ ନେଇ ଅଗଷ୍ଟ ୫ ତାରିଖ ରାତିରେ ବଙ୍ଗୋପସାଗର ଉପରେ ପହଞ୍ଚିବ।

ସେହିପରି ଦକ୍ଷିଣ ଚାଇନା ଉପରେ ଥିବା ଆଉ ଏକ ଗଭୀର ଅବପାତ ଟ୍ରପିକାଲ ସାଇକ୍ଲୋନରେ ପରିଣତ ହୋଇଛି। ଏହି ସବୁ ପାଣିପାଗ ସମ୍ପର୍କିତ ଘଟଣାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ତେଣୁ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୫ ତାରିଖରୁ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଦୁଇଟି ଲଘୁଚାପର ମିଶ୍ରଣ ହେବାର ଆଶଙ୍କା ଥିବାରୁ ଏଭଳି ବର୍ଷା ସମଗ୍ର ରାଜ୍ୟରେ ଆସନ୍ତା ୭ ତାରିଖ ଯାଏ ହେବ।”

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି,“ରାଜସ୍ଥାନରୁ ବାଲେଶ୍ୱର ଯାଏ ଏକ ଟ୍ରଫ୍‌ ଲାଇନ ଲମ୍ବିଛି। ତା ସହିତ ୪ ତାରିଖରେ ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

ଏହାର ପ୍ରଭାବରେ ରାଜ୍ୟରେ ୭ ତାରିଖ ଯାଏ ବର୍ଷା ଲାଗି ରହିବ। ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଏହା ସହ ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ। ଗତକାଲି ନବରଙ୍ଗପୁର, ଡାବୁଗାଁରେ ସର୍ବାଧିକ ୧୨୧ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ବେଳେ ଫୁଲବାଣୀରେ ୩୪ମିମି, ଜୟପୁରରେ ୨୭.୬ମିମି ଓ ମାଲକାନଗିରିରେ ୪୮.୪ ମିମି ବର୍ଷା ରେକର୍ଡ କରାଯାଇଛି।”

Related story