କର୍ଲାପାଟରେ ଭୂତାଣୁ ନେଲାଣି ୪ ହାତୀଙ୍କ ଜୀବନ!

ଭବାନୀପାଟଣା(ରାଜ କୁମାର ସିଂଦେଓ): କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଜାକମ ଗାଁ ପାଖ ଘୁଷୁରିଗୁଡ଼ା ଝରଣାରୁ ମାଈ ହାତୀର ମୃତଦେହ ଠାବ ହୋଇଛି। ୧୨ ଦିନ ମଧ୍ୟରେ କର୍ଲାପାଟରେ ୪ଟି ହାତୀଙ୍କ ମୃତ୍ୟୁ ହେଲାଣି। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ହେମ୍‌ରେଜ ସେଫ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଅନୁମାନ କରୁଛି ବନ ବିଭାଗ। ଘୁଷୁରିଗୁଡ଼ା ଝରଣାରେ ଗୋଟିଏ ମାଈ ହାତୀର ମୃତଦେହ ପଡ଼ିଥିବା ଆଜି ବନ ବିଭାଗ […]

kalahindi

Manoranjan Sial
  • Published: Friday, 12 February 2021
  • , Updated: 12 February 2021, 07:06 PM IST

ଭବାନୀପାଟଣା(ରାଜ କୁମାର ସିଂଦେଓ): କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଜାକମ ଗାଁ ପାଖ ଘୁଷୁରିଗୁଡ଼ା ଝରଣାରୁ ମାଈ ହାତୀର ମୃତଦେହ ଠାବ ହୋଇଛି। ୧୨ ଦିନ ମଧ୍ୟରେ କର୍ଲାପାଟରେ ୪ଟି ହାତୀଙ୍କ ମୃତ୍ୟୁ ହେଲାଣି। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ହେମ୍‌ରେଜ ସେଫ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଅନୁମାନ କରୁଛି ବନ ବିଭାଗ।

ଘୁଷୁରିଗୁଡ଼ା ଝରଣାରେ ଗୋଟିଏ ମାଈ ହାତୀର ମୃତଦେହ ପଡ଼ିଥିବା ଆଜି ବନ ବିଭାଗ ଖବର ପାଇଥିଲା। ପରେ ଦକ୍ଷିଣାଞ୍ଚଳ ବନଖଣ୍ଡ ଡିଏଫ୍‌ଓ ଟି. ଅଶୋକ କୁମାର, ସାଇଣ୍ଟିଫିକ୍‌ ଟିମ୍‌ ଓ ବନ୍ୟପ୍ରାଣୀ ପଶୁ ସମ୍ପଦ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ବୋଲି ଡଏଫ୍‌ଓ କହିଛନ୍ତି।

ସୂଚନାରୁ ପ୍ରକାଶ, ଗତ ୧ ତାରିଖରେ କର୍ଲାପାଟ ଅଭୟାରଣ୍ୟରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଏହା ପରେ ଅର୍ଥାତ ୮ ତାରିଖରେ ଆଉ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ଗୁରୁବାର ଦିନ ଆଉ ଗୋଟିଏ ହାତୀ ମରିଥିଲା। ଆଜି ଆଉ ଗୋଟିଏ ହାତୀର ମୃତ୍ୟୁ ଘଟିଛି।

ପ୍ରାଥମିକ ତଦନ୍ତରୁ ହେମ୍‌ରେଜ ସେଫ୍ଟିସେମିଆ ରୋଗ ବୋଲି ଜଣାପଡ଼ିଛି। ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶନିବାରଠାରୁ ଓୟୁଏଟିରୁ ଏକ ଟିମ୍‌ ଟିମ୍‌ କର୍ଲାପାଟ ଅଭୟାରଣ୍ୟ ଅଭିମୁଖେ ଯାଉଛି। ଏହି ଟିମ୍‌ ହାତୀ ମୃତ୍ୟୁର କାରଣ ଖୋଜିବ।

Related story