ଗାଡ଼ିରୁ କାହିଁକି ତେଲ ସରି ଯାଉଛି? ଏମିତି ଅଜବ ଯୁକ୍ତି କରି ମହିଳା କର୍ମଚାରୀଙ୍କୁ ପିଟିଲେ

ବାରିପଦା(ମାନିକ ଲାଲ ପାଣି): ଗାଡ଼ିରୁ କାହିଁକି ତେଲ ସରି ଯାଉଛି? ୨୦୦ ଟଙ୍କାର ତେଲ ପକାଇଲି ଥିଲି କେମିତି ସରିଗଲା? ଏପରି ଅଜବ ଯୁକ୍ତି କରି ଜଣେ କନେଷ୍ଟବଳ ପେଟ୍ରୋଲ ପମ୍ପର ଜଣେ ମହିଳା କର୍ମଚାରୀଙ୍କୁ ଘୋଷାଡ଼ି ମାରିବା ସହିତ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳରେ ଘଟିଛି। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ମହିଳା କର୍ମଚାରୀଙ୍କ ହୋଇଥିବା ଭିଡିର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି […]

Baripada

Manoranjan Sial
  • Published: Tuesday, 07 September 2021
  • , Updated: 07 September 2021, 09:22 PM IST

ବାରିପଦା(ମାନିକ ଲାଲ ପାଣି): ଗାଡ଼ିରୁ କାହିଁକି ତେଲ ସରି ଯାଉଛି? ୨୦୦ ଟଙ୍କାର ତେଲ ପକାଇଲି ଥିଲି କେମିତି ସରିଗଲା? ଏପରି ଅଜବ ଯୁକ୍ତି କରି ଜଣେ କନେଷ୍ଟବଳ ପେଟ୍ରୋଲ ପମ୍ପର ଜଣେ ମହିଳା କର୍ମଚାରୀଙ୍କୁ ଘୋଷାଡ଼ି ମାରିବା ସହିତ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳରେ ଘଟିଛି। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ମହିଳା କର୍ମଚାରୀଙ୍କ ହୋଇଥିବା ଭିଡିର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ଶୁଳିଆପଦା ଥାନା ଅନ୍ତର୍ଗତ କୋଷ୍ଠାରେ ଏକ ପେଟ୍ରୋଲ ପମ୍ପ ରହିଛି। ଗତ ୨ ତାରିଖରେ ଦ୍ଵାରିକା ନାୟକ ଓ ରାଜିବ କୁମାର ମହାନାୟକ ବାଇକ୍‌ରେ ପେଟ୍ରୋଲ ପକାଇବାକୁ ଆସିଥିଲେ। ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀ ଜଣକ ପେଟ୍ରୋଲ୍‌ ପକାଇଥିଲେ। ତା’ପରେ ସେମାନେ ପଳାଇ ଯାଇଥିଲେ।

କିଛି ସମୟରେ ସେହି ଯୁବକ ଦୁଇ ଜଣ ପୁଣି ଥରେ ପେଟ୍ରୋଲ୍‌ ପମ୍ପକୁ ଆସିଥିଲେ। ସେମାନେ ପେଟ୍ରୋଲ ପମ୍ପର ମହିଳା କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଗାଡ଼ିରୁ କାହିଁକି ତେଲ ସରି ଯାଉଛି? ୨୦୦ ଟଙ୍କାର ତେଲ ପକାଇଲି ଥିଲି କେମିତି ସରିଗଲା? ଏମିତି ଅଜବ ଯୁକ୍ତି କରି ତାଙ୍କୁ(ମହିଳା କର୍ମଚାରୀ) ମାଡ଼ ମାରିଥିଲେ। ଯାହାଫଳରେ ମହିଳା ଜଣକ ତଳେ ପଡ଼ି ଯାଇଥିଲେ।

ମାଡ଼ ଖାଇଥିବା ନେଇ ମହିଳା ଜଣ ପେଟ୍ରୋଲ ପମ୍ପ ମାଲିକଙ୍କୁ କହିଥିଲେ। ପରେ ସେମାନେ ଶୁଳିଆପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ଶୁଳିଆପଦା ଥାନା ଅଞ୍ଚଳର ହୋଇଥିବା ବେଳେ ଜଣେ ପଞ୍ଚମ ବାଟାଲିୟନର କନ୍‌ଷ୍ଟେବଳ ଥିବା ଜଣାପଡ଼ିଛି। ପଞ୍ଚମ ବାଟାଲିୟନ୍‌ କନେଷ୍ଟବଳ ହୋଇ ଏପରି କାଣ୍ଡ ଭିଆଇବା ଘଟଣାକୁ ସବୁଆଡୁ ନିନ୍ଦା କରାଯାଇଛି।

ଅଭିଯୋଗକୁ ଭିତ୍ତିକରି ପୁଲିସ ସେମାନଙ୍କ ନାଁରେ 136/21 ଧାରା 341, 294, 323, 354-(B), 506, ଓ 34 ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବର୍ତ୍ତମାନ ଦୁଇ ଜଣ ଫେରାର ଥିବା ଜଣାପଡ଼ିଛି।

Related story