ମାଂସ କଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୮ ଆହତ

Ordigital Desk
  • Published: Wednesday, 21 March 2018
  • , Updated: 21 March 2018, 10:10 AM IST
<p>ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡ଼ିରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉଗ୍ରରୂପ ଧାରଣ&nbsp; କରିଥିଲା। ଗୃହଦାହ ପୂର୍ବ ବିବାଦକୁ କେନ୍ଦ୍ରକରି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗତକାଲି ଚୈତ୍ର ମଙ୍ଗଳବାର ଥିବାରୁ ପାରମ୍ପରିକ ମାଂସ କଟାକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ। ପରସ୍ପର ମଧ୍ୟରେ ଟେକାପଥର ମାଡ଼ ସାଙ୍ଗକୁ &nbsp;ଗୃହଦାହ ହୋଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣରେ ୮ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି। ଗାଁରେ &nbsp;ଉତ୍ତେଜନା ଲାଗି ରହିଥିବାରୁ ପୋଲିସ୍ ସତର୍କ ନଜର ରଖିଛି।</p>

Related story