ରଥଖଳାରେ ଭୋଇ ସେବାୟତ ଓ ତୀର୍ଥଯାତ୍ରୀଙ୍କ ମଧ୍ୟରେ ମାରପିଟ

ପୁରୀ: ରଥ ନିର୍ମାଣ ବେଳେ ଭୋଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ବାଲେଶ୍ୱରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଭୋଇ ସେବାୟତଙ୍କ ନାକ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁରୀ ସିଂହଦ୍ୱାର ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଛି। ବାଲେଶ୍ୱର ଅଞ୍ଚଳରୁ ଡାଲଟନ ନାମକ ଜଣେ ଯୁବକ ପରିବାର ଓ ସାଙ୍ଗସାଥୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ସେ ରଥଖଳା ନିକଟରେ […]

puri

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 07:53 PM IST

ପୁରୀ: ରଥ ନିର୍ମାଣ ବେଳେ ଭୋଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ବାଲେଶ୍ୱରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଭୋଇ ସେବାୟତଙ୍କ ନାକ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁରୀ ସିଂହଦ୍ୱାର ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଛି।

ବାଲେଶ୍ୱର ଅଞ୍ଚଳରୁ ଡାଲଟନ ନାମକ ଜଣେ ଯୁବକ ପରିବାର ଓ ସାଙ୍ଗସାଥୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ସେ ରଥଖଳା ନିକଟରେ ଛିଡ଼ା ହୋଇଥିବା ବେଳେ କୌଣସି କାରଣରୁ ତାଳଧ୍ୱଜ ରଥର ଭୋଇ ସେବାୟତ ବିଶ୍ୱନାଥ ଭୋଇଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପରସ୍ପର ପିଟାପିଟି ହୋଇଥିବା କୁହାଯାଉଛି।

ଭୋଇ ସେବାୟତ ଡାଲଟନଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ସେପଟେ ଯୁବକଙ୍କ ମାଡ଼ରେ ଭୋଇ ସେବାୟତ ବିଶ୍ୱନାଥ ଭୋଇ ମଧ୍ୟ ଆହତ ହୋଇଛନ୍ତି। ସିଂହଦ୍ୱାର ପୋଲିସ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ କରୁଛି।

 

Related story