ଫିଲ୍ମ ହଲ୍‌ରେ ତାଲା, ମଲ୍‌ ଓ ସୁପର ମାର୍କେଟ୍‌ ଖୋଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ‘କରୋନା’ ଚିନ୍ତା ଘାରିଛି। ଭୟରେ ଫିଲ୍ମ ହଲ୍‌, ସ୍କୁଲ, କଲେଜ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଲେ। ଯେଉଁଥିପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ସବୁ ଫିଲ୍ମ ହଲ୍‌ରେ ତାଲା ଝୁଲୁଛି। ଫିଲ୍ମ ହଲ୍‌ରେ ଆଗ ଖାଁଖାଁ ଲାଗୁଛି। ହେଲେ ରାଜଧାନୀରେ ମଲ୍‌ ଓ ସୁପର ମାର୍କେଟ୍ ଖୋଲିଦେଲେ ରାଜ୍ୟ ସରକାର। ତେବେ ଏଥିପାଇଁ ସତର୍କତା ଜାରି କରିଛନ୍ତି କମିଶନରେଟ୍‌ ପୁଲିସ। ‘କରୋନା’ ମୁକାବିଲା ପାଇଁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ […]

film-hall

film-hall

Manoranjan Sial
  • Published: Saturday, 14 March 2020
  • Updated: 14 March 2020, 07:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ‘କରୋନା’ ଚିନ୍ତା ଘାରିଛି। ଭୟରେ ଫିଲ୍ମ ହଲ୍‌, ସ୍କୁଲ, କଲେଜ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଲେ। ଯେଉଁଥିପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ସବୁ ଫିଲ୍ମ ହଲ୍‌ରେ ତାଲା ଝୁଲୁଛି। ଫିଲ୍ମ ହଲ୍‌ରେ ଆଗ ଖାଁଖାଁ ଲାଗୁଛି। ହେଲେ ରାଜଧାନୀରେ ମଲ୍‌ ଓ ସୁପର ମାର୍କେଟ୍ ଖୋଲିଦେଲେ ରାଜ୍ୟ ସରକାର। ତେବେ ଏଥିପାଇଁ ସତର୍କତା ଜାରି କରିଛନ୍ତି କମିଶନରେଟ୍‌ ପୁଲିସ।

‘କରୋନା’ ମୁକାବିଲା ପାଇଁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍‌ କରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ମଲ୍‌ ଭିତରକୁ କମ୍‌ ସଂଖ୍ୟକ ଲୋକ ପ୍ରବେଶ କରନ୍ତୁ। ମଲ୍ ଭିତରେ ଗ୍ରାହକମାନେ ପରସ୍ପରଠୁ ୬ ଫୁଟ ଦୂରତା ରଖନ୍ତୁ। ବିକ୍ରୟ ପାଇଁ କୌଣସି ପ୍ରମୋସନ ବ୍ୟବସ୍ଥା ନ କରନ୍ତୁ। ମଲ କର୍ମଚାରୀ ମାସ୍କ ପିନ୍ଧିବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ। ସେପଟେ ବିବାହ ଓ ବ୍ରତ କାର୍ଯ୍ୟକୁ କେବଳ ଘନିଷ୍ଠ ସଂପର୍କୀୟଙ୍କ ଗହଣରେ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ରିସେପସନ୍ ପାର୍ଟି ଏବେ ସ୍ଥଗିତ ରଖି ପରେ ତିଥି ଦେଖି ନିଷ୍ପତ୍ତି ନେବାକୁ କହିଛନ୍ତି କମିଶନର।

ସେହିପରି ‘କରୋନା’ ପାଇଁ ରାଜଧାନୀରେ ଲାଉଡ୍‌ ସ୍ପିକର ଉପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଭୁବନେଶ୍ୱରର ସମସ୍ତ ବାର ଏବଂ ପବ୍‌ରେ ଲାଉଡ୍ ସ୍ପିକର ବାଜି ପାରିବନି ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି କମିଶନର।

ଏୟାରପୋର୍ଟରେ ସମସ୍ତ ଯାତ୍ରୀଙ୍କର ସ୍କିନିଂ କରାଯାଉଥିବା ବେଳେ ରେଳଷ୍ଟେସନ, ବସଷ୍ଟାଣ୍ଡରେ କିନ୍ତୁ ସ୍କିନିଂର ବ୍ୟବସ୍ଥା ନାହିଁ। ଯାତ୍ରୀ ନିଜେ ସଚେତନ ରହି ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳିଛି। ଏଣେ ମେଡିସନ ଦୋକାନରେ ସାନିଟାଇଜର୍‌ ଓ ମାସ୍କ ପାଇଁ ଭିଡ଼ ଜମୁଛି। ଏପରିସ୍ଥିତିରେ ମାସ୍କର ଘୋର ଅଭାବ ଦେଖାଦେଇଛି। କଳାବଜାରି ଆଶଙ୍କା କରି କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରଙ୍କୁ ଏସେନସିଆଲ କମୋଡିଟି ଆଇନ୍‌ରେ ସାମିଲ କରିଛନ୍ତି। ଏପରିକି କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦେଇଛନ୍ତି। ମାସ୍କ ଓ ସାଇନଟାଇଜରର କାଳାବଜାରୀକୁ ଉପରେ ମଧ୍ୟ ନଜର ରଖିଛି ବିଏମ୍‌ସି। ସେହିପରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି  ବିଏମସି ୩ଟି ଟିମ୍ ଗଠନ କରିଛି।

ମାନ୍ଦା ହେଲା ବ୍ୟବସାୟୀକ କାରବାର

‘କରୋନା’ ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପରେ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିଛି। ବ୍ୟାବସାୟିକ କାରବାର ମାନ୍ଦା ହୋଇଛି। ତା’ସହ ଅତ୍ୟାବଶ୍ୟକ ସାମଗ୍ରୀ ୨୦ ପ୍ରତିଶତ ବିକ୍ରି କମିଛି। ଯାହାଦ୍ୱାରା ବ୍ୟାପକ କ୍ଷତି ହେବା ଆରମ୍ଭ କରିଛି ବୋଲି କହିଛି ରାଜ୍ୟ ବ୍ୟବସାୟୀ ମହାସଂଘ। ସେପଟେ କଟକରେ ଆସନ୍ତାକାଲିଠାରୁ ହେବାକୁ ଥିବା ବୈଶାଖୀ ବାଣିଜ୍ୟ ମେଳାକୁ ପ୍ରଶାସନ ଅନୁମତି ଦେଇନାହିଁ। ଯାହାଦ୍ୱାରା ବ୍ୟାପକ କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଯେତେ କ୍ଷତି ହେଲେ ମଧ୍ୟ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମେଳା ଆୟୋଜନକୁ ବନ୍ଦ ରଖାଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos