‘ୟେସ ବ୍ୟାଙ୍କରେ ଆମେ ନୁହେଁ, ଶ୍ରୀମନ୍ଦିର ପ୍ରଶାସନ ରଖିଛି ଟଙ୍କା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିଥିବା ଘଟଣାକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଆଜି ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରଖି ନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ରଖିଥିବା ଆଜି ଗୃହରେ ଖୋଦ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ […]

yes

Tapaswini Nayak
  • Published: Thursday, 12 March 2020
  • , Updated: 12 March 2020, 01:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିଥିବା ଘଟଣାକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଆଜି ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରଖି ନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ରଖିଥିବା ଆଜି ଗୃହରେ ଖୋଦ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଛନ୍ତି।

ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ ସୁଧ ଆଶାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିର ଅର୍ଥ ୟେସ୍ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ଅର୍ଥ ଜମା ପୂର୍ବରୁ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାଙ୍କ ଚୟନ କରାଯାଇଥିଲା। କୋଟେସନ ମାଧ୍ୟମରେ ବ୍ୟାଙ୍କଠାରୁ ପ୍ରସ୍ତାବ ଆହ୍ୱାନ ହୋଇଥିଲା। ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୟେସ୍ ବ୍ୟାଙ୍କର ସୁଧ ହାର ସର୍ବାଧିକ ୮.୬୧% ଥିଲା।  ଫଳରେ ବର୍ଷକ ପାଇଁ ଏହି ବ୍ୟାଙ୍କରେ ଟଙ୍କା ଜମା ହୋଇଥିଲା।

ଅନ୍ୟପକ୍ଷରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିଥିବା ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସରକାର ଭକ୍ତଙ୍କ ଆବେଗ ସହ ଖେଳୁଛନ୍ତି। କାହା ସ୍ୱାର୍ଥରେ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରୁ ଉଠାଇ ୟେସ୍ ବ୍ୟାଙ୍କରେ ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ଏହି ବିଷୟରେ ଖୋଳତାଡ଼ କରିବା ବଦଳରେ ସରକାର କାହିଁକି ଚୁପ ବସିଛନ୍ତି। ସରକାରଙ୍କ ସତ ସାହାସ ଥିଲେ ଘଟଣାର ସିବିଆଇ ତଦନ୍ତ କରାଯାଉ। ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନର ୫୪୫ କୋଟି ଗଚ୍ଛିତ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଧିକ ପରିମାଣରେ ଋଣ ଦେଉଥିବାରୁ ଏହି ଘରୋଇ ବ୍ୟାଙ୍କ ପ୍ରତି ବହୁ ଗ୍ରାହକ ଆକୃଷ୍ଟ ହୋଇପଡ଼ିଥିଲେ। ୟେସ୍ ବ୍ୟାଙ୍କ୍ ଗ୍ରାହକଙ୍କ ତାଲିକାରେ ସାଧାରଣ ଗ୍ରାହକଙ୍କ ଅପେକ୍ଷା କର୍ପୋରେଟ୍ ଗ୍ରାହକ ଅଧିକ ଥିଲେ। ତେବେ ୟେସ୍ ବ୍ୟାଙ୍କ୍ ଯେଉଁମାନଙ୍କୁ ଋଣ ଦେଇଥିଲା ସେମାନେ ଏବେ ଦେବାଳିଆ ସ୍ଥିତିରେ ଅଛନ୍ତି। ତେଣୁ ଋଣ ଫେରସ୍ତ ନହେବାରୁ ବ୍ୟାଙ୍କ ମଧ୍ୟ ବୁଡ଼ିବା ସ୍ଥିତିକୁ ଚାଲି ଆସିଛି।

Related story