ଫସିଗଲେ ପ୍ରଦୀପ ମାଝୀ: ସଂଗୀନ ଦଫା ଲଗାଇଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହିଂସା ଉସୁକାଇବା ଅଭିଯୋଗରେ ଫସିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ତାଙ୍କ ନାଁରେ ନବରଙ୍ଗପୁର ଥାନାରେ ରୁଜୁ ହୋଇଛି ମାମଲା। ଲାଗିଛି ସଂଗୀନ ଦଫା ଏହାସତ୍ତ୍ୱେ ବି ନିଜ ମନ୍ତବ୍ୟକୁ ନେଇ ଅନୁତପ୍ତ ନୁହନ୍ତି ପ୍ରଦୀପ। ତେବେ ପ୍ରଦୀପଙ୍କୁ ମନ୍ତବ୍ୟକୁ ନେଇ  ଦୁଃଖ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କେଉଁ ପରିସ୍ଥିତିରେ ଏଭଳି କହିଲେ ତାର ତଦନ୍ତ ଚାଲିଥିବା ନିରଞ୍ଜନ ସୂଚନା ଦେଇଛନ୍ତି। ସେପଟେ ପ୍ରଦୀପଙ୍କ […]

b-908

Tapas Behera
  • Published: Friday, 27 December 2019
  • , Updated: 27 December 2019, 07:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହିଂସା ଉସୁକାଇବା ଅଭିଯୋଗରେ ଫସିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ତାଙ୍କ ନାଁରେ ନବରଙ୍ଗପୁର ଥାନାରେ ରୁଜୁ ହୋଇଛି ମାମଲା। ଲାଗିଛି ସଂଗୀନ ଦଫା ଏହାସତ୍ତ୍ୱେ ବି ନିଜ ମନ୍ତବ୍ୟକୁ ନେଇ ଅନୁତପ୍ତ ନୁହନ୍ତି ପ୍ରଦୀପ। ତେବେ ପ୍ରଦୀପଙ୍କୁ ମନ୍ତବ୍ୟକୁ ନେଇ  ଦୁଃଖ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କେଉଁ ପରିସ୍ଥିତିରେ ଏଭଳି କହିଲେ ତାର ତଦନ୍ତ ଚାଲିଥିବା ନିରଞ୍ଜନ ସୂଚନା ଦେଇଛନ୍ତି। ସେପଟେ ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପେଟ୍ରୋଲ, ଡିଜେଲ୍ ରେଡି ରଖ, ନିର୍ଦ୍ଦେଶ ମିଳିଲେ ନିଆଁ ମାରିଦେବ। ଗତକାଲି ନବରଙ୍ଗପୁର ବନ୍ଦ ପାଳନ ବେଳେ ଦଳୀୟ କର୍ମୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇ ଏବେ ଏମିତି ଅଡୁଆରେ  ଫସି ଯାଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।  ହିଂସା ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ତାଙ୍କ ନାଁରେ ରୁଜୁ ହୋଇଛି । ମାମଲା ଦଙ୍ଗା ସୃଷ୍ଟି ଲାଗି ଉଦ୍ଦିଷ୍ଟ ୧୪୭ ସମେତ ପ୍ରଦୀପଙ୍କ ବିରୁଦ୍ଧରେ ୩୪୧, ୩୫୩, ୨୮୩, ୫୦୬, ୪୩୫, ଦଫା ୧୨୦ (ଖ) ଏବଂ  PDPP ଭଳି ଗୁରୁତର ଦଫା ଲଗାଇଛି ପୁଲିସ। ତାଙ୍କର ୧୫ ଜଣ ସମର୍ଥକଙ୍କ ନାଁରେ ବି ମାମଲା ରୁଜୁ ହୋଇଥିବା ବେଳେ ଆଉ ଅଧିକ ଲୋକ ଏଥିରେ ଫସିବେ ବୋଲି କହିଛି ପୁଲିସ । ତେବେ ସେ ଏଥିରେ ଭୟଭିତ ନୁହନ୍ତି ବୋଲି ଦମ୍ଭୋକ୍ତି କରିଛନ୍ତି ପ୍ରଦୀପ । ବିଧାୟକ ସୁର ରାଉତରାୟ ବି ପ୍ରଦୀପଙ୍କ ସମର୍ଥନରେ ବାହାରିଛନ୍ତି । ଅନ୍ୟପକ୍ଷରେ  କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ହିଂସାରେ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ ବହିନୀପତି।

ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରଦୀପ ଅନୁତପ୍ତ ନଥିଲେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କାହିଁକି ଓ କେଉଁ ସ୍ଥିତିରେ ସେ ଏଭଳି କଥା କହିଛନ୍ତି, ତାର ଦଳୀୟ ତଦନ୍ତ ଆରମ୍ଭ ହୋଇଥିବା ନିରଞ୍ଜନ ସୂଚନା ଦେଇଛନ୍ତି। ତେବେ ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି । ଅହିଂସାର ନାରା ଦେଉଥିବା କଂଗ୍ରେସ ନିରାଶ ହୋଇ ହିଂସାର ରାସ୍ତାକୁ ବାଛି ନେଇଥିବା  ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ବିଜେପି।   ସେହିପରି କଂଗ୍ରେସ ଭୟଭୀତ ହୋଇପଡିଛି ଓ ସେଥିଲାଗି ହିଂସାର ସାହାଯ୍ୟ ନେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନାଗରିକତା ସଂଶୋଧାନ ଆଇନକୁ ନେଇ ରାଜ୍ୟରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ପ୍ରଦୀପଙ୍କ ବୟାନ ନିଆଁରେ ଘିଅ ସଦୃଶ ହୋଇଛି।

Related story