ଦୋକାନରେ ନିଆଁ

ରାୟଗଡ଼ା(ମନୋଜ ପାତ୍ର):ରାୟଗଡ଼ା ସହର ସ୍ଥିତ ସାରଳା ଛକର ଓଭରବ୍ରିଜ୍‌ ତଳେ ଥିବା ଦୋକାନ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ଭୋରରେ ଏକ ଘଣ୍ଟା, ଚପଲ ଓ ଫଳ ଦୋକାନରେ କୌଣସି କାରଣରୁ  ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ  ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

fair

Jyoshna Pradhan
  • Published: Saturday, 25 May 2019
  • , Updated: 25 May 2019, 09:25 AM IST

ରାୟଗଡ଼ା(ମନୋଜ ପାତ୍ର):ରାୟଗଡ଼ା ସହର ସ୍ଥିତ ସାରଳା ଛକର ଓଭରବ୍ରିଜ୍‌ ତଳେ ଥିବା ଦୋକାନ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ଭୋରରେ ଏକ ଘଣ୍ଟା, ଚପଲ ଓ ଫଳ ଦୋକାନରେ କୌଣସି କାରଣରୁ  ନିଆଁ ଲାଗି ଯାଇଥିଲା।

ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ  ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Related story