କେଶରୀ ମଲ୍‌ରେ ପୁଣି ଲାଗିଲା ନିଆଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର କେଶରୀ ମଲ୍‌ରେ ପୁଣି ଲାଗିଲା ନିଆଁ। ଗତ ଏପ୍ରିଲ ୧୫ ତାରିଖ ରାତିରେ ଏଠାରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଥିବା ବେଳେ ଆଜି ଦିନ ପ୍ରାୟ ୧୨ଟା ପାଖାପାଖି ଏଠାରେ ପୁଣି ଲାଗିଥିଲା ନିଆଁ। ତେବେ ଏହି ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷତି ହୋଇନାହିଁ। ବିଦ୍ୟୁତ୍ ଶର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାର ତଦନ୍ତ କରାଯିବ ବୋଲି ଭୁବନେଶ୍ୱର ମେୟର […]

Fire

Fire

Jitendra Garnayak
  • Published: Sunday, 12 June 2022
  • Updated: 12 June 2022, 01:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର କେଶରୀ ମଲ୍‌ରେ ପୁଣି ଲାଗିଲା ନିଆଁ। ଗତ ଏପ୍ରିଲ ୧୫ ତାରିଖ ରାତିରେ ଏଠାରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଥିବା ବେଳେ ଆଜି ଦିନ ପ୍ରାୟ ୧୨ଟା ପାଖାପାଖି ଏଠାରେ ପୁଣି ଲାଗିଥିଲା ନିଆଁ। ତେବେ ଏହି ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷତି ହୋଇନାହିଁ। ବିଦ୍ୟୁତ୍ ଶର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାର ତଦନ୍ତ କରାଯିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି। ସେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ।

ମଲ୍‌ର ଦ୍ୱିତୀୟ ମହଲାର ଏକ ଶୋ’ ରୁମ୍ ପାଖରେ ଥିବା ଇଲେକ୍ଟ୍ରିକାଲ୍ ପ୍ୟାନେଲ ବୋର୍ଡରେ ନିଆଁ ଲାଗିଥିଲା। ଏହା ଦେଖି ଉପସ୍ଥିତ ଦୋକାନୀ ଓ ଦୋକାନ ଗୁଡ଼ିକର କର୍ମଚାରୀମାନେ ମିଶି ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ। ପରେ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଘଟଣା ଘଟିବା ସମୟରେ ମଲ୍‌ରେ ବହୁ ଲୋକ ଉପସ୍ଥିତ ଥିଲେ। ଏଣୁ ଏବେ ମଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ମାସ ବ୍ୟବଧାନରେ ଏଠାରେ ପୁଣି ନିଆଁ ଲାଗିଥିବାରୁ ଏଭଳି ପ୍ରଶ୍ନ ଉଠିଛି।

ଏପ୍ରିଲ ମାସରେ ନିଆଁ ଲାଗିବା ପରେ ତଦନ୍ତ କରାଯିବ ବୋଲି ମେୟର କହିଥିଲେ। ହେଲେ କେଉଁଠି ସମସ୍ୟା ଥିଲା ଓ ଏବେ ପୁଣି କାହିଁକି ଏମିତି ଘଟିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଗତଥର କେଶରୀ ମଲ୍‌ର ଦୋକାନୀମାନେ କହିଥିଲେ ଯେ ବିଏମ୍‌ସି ଏହାର ରକ୍ଷଣାବେକ୍ଷଣ ଯେମିତି କରିବା କଥା ସେମିତି କରୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story