ଜଳିପୋଡ଼ି ପାଉଁଶ ହୋଇଗଲା ଏଟିଏମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳିପୋଡ଼ି ପାଉଁଶ ହୋଇଗଲା ଏଟିଏମ୍। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲରୋଡ ନିକଟରେ ଥିବା ଏସବିଆଇ ଏଟିଏମ୍‌ରେ ଆଜି ନିଆଁ ଲାଗି ଭୟଙ୍କର ସ୍ଥିତି ଉପୁଜିଥିଲା।  ଲାଗିଥିବା ନିଆଁର ପ୍ରକୋପ ଏତେ ପ୍ରବଳ ଥିଲା ଯେ ଭୟରେ କେହି ପାଖକୁ ଯିବାକୁ ସାହାସ କରିପାରିନଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ କରିଥିଲା। ହେଲେ ସେତେବେଳକୁ […]

atm

  • Published: Monday, 05 December 2022
  • , Updated: 05 December 2022, 07:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳିପୋଡ଼ି ପାଉଁଶ ହୋଇଗଲା ଏଟିଏମ୍। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲରୋଡ ନିକଟରେ ଥିବା ଏସବିଆଇ ଏଟିଏମ୍‌ରେ ଆଜି ନିଆଁ ଲାଗି ଭୟଙ୍କର ସ୍ଥିତି ଉପୁଜିଥିଲା।  ଲାଗିଥିବା ନିଆଁର ପ୍ରକୋପ ଏତେ ପ୍ରବଳ ଥିଲା ଯେ ଭୟରେ କେହି ପାଖକୁ ଯିବାକୁ ସାହାସ କରିପାରିନଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ କରିଥିଲା। ହେଲେ ସେତେବେଳକୁ ପୂରା ଏଟିଏମ୍ ମେସିନ୍ ଓ କାଉଣ୍ଟର ଜଳିପୋଡି ପାଉଁଶ ହୋଇଯାଇଥିଲା। ତେବେ ଏହି ଘଣଟଣାରେ ଏହି ଏଟିଏମ୍ କାଉଣ୍ଟର ପାଖକୁ ଲାଗି ରହିଥିବା ଦୋକାନଗୁଡ଼ିକ ନିଆଁ କବଳରୁ ବର୍ତ୍ତି ଯାଇଛି। ନିଆଁ ଲାଗିବା ପରେ ଦୋକାନୀମାନେ ଦୋକାନ ଛାଡ଼ି ପଳାଇଥିଲେ।

ଖୋଳତାଡ ପରେ ଜଣାପଡିଛି, ସର୍ଟସର୍କିଟ ଯୋଗୁ ଏଟିଏମରେ ଅଗ୍ନିକାଣ୍ଡ ହୋଇଛି। ତେବେ ଏଟିଏମ୍ ମେସିନରେ କେତେ ଟଙ୍କା ଥିଲା, ତାହା ନଷ୍ଟ ହୋଇଛି କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନି। ମାତ୍ର ନିଆଁର ପ୍ରକୋପ ଜୋର ଥିବାରୁ ଏହା ଭିତରେ ରହିଥିବା ଟଙ୍କା ଜଳି ଯାଇଥିବା ଅନୁମାନ କରାଯାଉଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।

Related story