ରାଉରକେଲା ଏନ୍‌ଆଇଟିରେ ଅଗ୍ନିକାଣ୍ଡ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଅନୁଷ୍ଠାନର ଓ୍ୱାର୍କ୍ସ ଓ ପର୍ଚେସ୍‌ ଡିପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଛି। ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ତେବେ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଓ୍ୱାର୍କ୍ସ ଓ ପର୍ଚେସ୍‌ ଡିପାର୍ଟମେଣ୍ଟର […]

NITFire

NITFire

Jitendra Garnayak
  • Published: Wednesday, 05 December 2018
  • Updated: 05 December 2018, 11:53 AM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ରେ ଅଗ୍ନିକାଣ୍ଡ ଘଟିଛି।

ଗତକାଲି ବିଳମ୍ବିତ ରାତିରେ ଅନୁଷ୍ଠାନର ଓ୍ୱାର୍କ୍ସ ଓ ପର୍ଚେସ୍‌ ଡିପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଛି।

ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ତେବେ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଓ୍ୱାର୍କ୍ସ ଓ ପର୍ଚେସ୍‌ ଡିପାର୍ଟମେଣ୍ଟର ବହୁ ଫାଇଲ୍ ପୋ଼ଡ଼ି ଯାଇଥିବାରୁ ଜାଣିଶୁଣି କେହି ନିଆଁ ଲଗାଇଛି ବୋଲି ବି ସନ୍ଦେହ କରାଯାଉଛି। ଏନେଇ ବିଭାଗୀୟ ତଦନ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos