ତପସ୍ୱିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ପୁରୀ (ମଧୁସୂଦନ ମିଶ୍ର): ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। ପୁରୀ ଷ୍ଟେସନର ୪ ନମ୍ବର ପ୍ଲାଟ୍‌ଫର୍ମରେ ଟ୍ରେନ୍‌ଟି ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ର ୩ଟି ବଗିରେ ନିଆଁ ଲାଗିଯାଇଥିଲା। ୪ ନମ୍ବର ସ୍ଲିପର୍‌ କୋଚ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଓ ଏହା ୩ ଓ ୫ ନମ୍ବର ସ୍ଲିପର କୋଚ୍‌କୁ ବ୍ୟାପି ଯାଇଥିଲା।  ୪ ନମ୍ବର ସ୍ଲିପର୍‌ କୋଚ୍‌ଟି ସଂପୂର୍ଣ୍ଣ ଜଳିଯାଇଛି। ଏହା ଭିତରେ ଥିବା ସମସ୍ତ ଜିନିଷ […]

train

Jitendra Garnayak
  • Published: Friday, 22 March 2019
  • , Updated: 22 March 2019, 02:51 PM IST

ପୁରୀ (ମଧୁସୂଦନ ମିଶ୍ର): ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। ପୁରୀ ଷ୍ଟେସନର ୪ ନମ୍ବର ପ୍ଲାଟ୍‌ଫର୍ମରେ ଟ୍ରେନ୍‌ଟି ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା।

ଟ୍ରେନ୍‌ର ୩ଟି ବଗିରେ ନିଆଁ ଲାଗିଯାଇଥିଲା। ୪ ନମ୍ବର ସ୍ଲିପର୍‌ କୋଚ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଓ ଏହା ୩ ଓ ୫ ନମ୍ବର ସ୍ଲିପର କୋଚ୍‌କୁ ବ୍ୟାପି ଯାଇଥିଲା।  ୪ ନମ୍ବର ସ୍ଲିପର୍‌ କୋଚ୍‌ଟି ସଂପୂର୍ଣ୍ଣ ଜଳିଯାଇଛି। ଏହା ଭିତରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।

ନିଆଁ ଲିଭାଇବା ପାଇଁ ତିନିଟି ଦମକଳକୁ ନିୟୋଜିତ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍‌ଟି ପୁରୀରେ ପହଞ୍ଚିବା ପରେ ଏଥିରେ ସଫେଇ କାର୍ଯ୍ୟ ଚାଲିଥିଲା। ସେତେବେଳେ ହିଁ ଏଥିରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ପରେ ଟ୍ରେନ୍‌ର ଅନ୍ୟ ସବୁ ବଗି ଗୁଡ଼ିକୁ ଅଲଗା କରି ଦିଆଯାଇଥିଲା।

ଅଗ୍ନିକାଣ୍ଡ ବେଳେ କୋଚ୍‌ ଗୁଡ଼ିକ ଖାଲି ଥିଲା। ସେଥିରେ କେହି ଲୋକ ବସି ନ ଥିଲେ ବୋଲି ଜଣାପଡ଼ିଛି।

ତେବେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଜଣାପଡ଼ିନି। ପୂର୍ବତଟ ରେଳବାଇ ବି କହିଛି ଯେ କାରଣ ସ୍ପଷ୍ଟ ହୋଇପାରିନି।

Related story